୧୨ଶହ ଟଙ୍କାରେ ବ୍ରହ୍ମପୁର-ଭୁବନେଶ୍ବର ବିମାନ ଯାତ୍ରା

add-all

ବ୍ରହ୍ମପୁର/ଗୋପାଳପୁର : ବ୍ରହ୍ମପୁରରୁ ଭୁବନେଶ୍ବର ବିମାନ ସେବା ଗତ ୫ ତାରିଖ ବିଜୁ ଜୟନ୍ତୀରୁ ଆରମ୍ଭ ହୋଇଛି। ପ୍ରାଥମିକ ପର୍ଯ୍ୟାୟରେ ୯ସିଟ୍‌ ବିଶିଷ୍ଟ ବିମାନରେ ଯାତ୍ରୀ ଯାତାୟାତ କରୁଛନ୍ତି। ରଂଗେଇଲୁଣ୍ଡା ଏୟାର୍‌ଷ୍ଟ୍ରିପ୍‌ରୁ ଏହି ବିମାନ ସେବା ଆରମ୍ଭ କରାଯାଇଛି। ଚଳିତ ମାସ ପାଇଁ ରଙ୍ଗେଇଲୁଣ୍ଡାରୁ ଭୁବନେଶ୍ୱର ଏବଂ ଭୁବନେଶ୍ବରରୁ ରଙ୍ଗେଇଲୁଣ୍ଡା ଏୟାର୍‌ଷ୍ଟ୍ରିପ୍‌କୁ ବିମାନ ଉଡ଼ାଣ ପାଇଁ ସମୟ ସାରଣୀ ନିର୍ଦ୍ଧାରଣ କରାଯାଇଛି। ଗଞ୍ଜାମ ଜିଲ୍ଲା ପ୍ରଶାସନ ସହିତ ଆଲୋଚନା ପରେ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ତରଫରୁ ଏ ନେଇ ସମୟ ସାରଣୀ ପ୍ରସ୍ତୁତ କରା ଯାଇଥିବା ସୂଚନା ଦିଆଯାଇଛି।

ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ନିର୍ଦ୍ଦେଶ ଅନୁସାରେ ଜିଲ୍ଲା ପ୍ରଶାସନ ତରଫରୁ ଏଥିପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ମାର୍ଚ୍ଚ ୧୨ ତାରିଖ ଠାରୁ ୨୯ ତାରିଖ ପର୍ଯ୍ୟନ୍ତ ଉଭୟ ରଂଗେଲୁଣ୍ଡା ଓ ଭୁବନେଶ୍ବରରୁ ଉଡ଼ାଣ ସମୟ ନିର୍ଦ୍ଧାରଣ କରାଯାଇଛି। ଯାତ୍ରା ଟିକଟ ମୂଲ୍ୟ ୧୨୦୦ ଟଙ୍କା ସହିତ ଅତିରିକ୍ତ ଟିକସ କର ଦେବାକୁ ପଡ଼ିବ ବୋଲି ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି। ଆଗ୍ରୀମ ଟିକଟ ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବରିଷ୍ଠ ସହାୟକ ଉଦ୍ଧବ ସେଠୀଙ୍କ (ଫୋନ୍‌ ନମ୍ବର- ୮୨୮୦୦୮୫୪୩୭) ସହିତ ଯୋଗାଯୋଗ କରିବାକୁ ସୂଚନା ଦିଆଯାଇଛି। ମାର୍ଚ୍ଚ ୧୨ତାରିଖ, ୧୫, ୧୯, ୨୨, ୨୬ ଓ ୨୯ତାରିଖ ପାଇଁ ଉଡ଼ାଣ ସମୟ ନିର୍ଦ୍ଧାରଣ କରାଯାଇଛି।

ad-week
Leave A Reply

Your email address will not be published.