ଆର୍ଥିକ ପରିଚାଳନାରେ ଓଡ଼ିଶା ଦେଶରେ ଏକ ନମ୍ବର : ନିରଞ୍ଜନ ପୂଜାରୀ

add-all

ଭୁବନେଶ୍ୱର : ଦିନେ ବିତ୍ତୀୟ ନିଅଣ୍ଟ ରାଜ୍ୟର ଅଭାବରେ ଓଡ଼ିଶା ଗଣା ଯାଉଥିବା ବେଳେ ଏବେ ରାଜସ୍ୱ ବଳକା ରାଜ୍ୟରେ ପରିଣତ ହୋଇ ପାରିଛି। ତେଣୁ ଆର୍ଥିକ ପରିଚାଳନାରେ ଓଡ଼ିଶା ଏକ ନମ୍ବର ବୋଲି ବିଧାନସଭା ବଜେଟ୍ ପ୍ରଶ୍ନକାଳରେ ଉତ୍ତର ରଖିଛନ୍ତି ନିରଞ୍ଜନ ପୂଜାରୀ ।ଆଜି ବିଧାନସଭାର ପ୍ରଶ୍ନକାଳ ରାଜ୍ୟର ଆର୍ଥିକ ସ୍ଥିତି ଓ ଋଣଭାର ନେଇ ଉତ୍ତର ରଖିଥିଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତ୍ତର ରଖି ଅର୍ଥମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଋଣ ଭାର ଭଲ ସ୍ଥିତିରେ ଅଛି ଏବଂ ଋଣ ଭାର ତୁଳନାରେ ମୁଣ୍ଡ ପିଛା ଆୟ ଅଧିକ ରହିଛି। ତଥ୍ୟ ଅନୁସାରେ ୨୦୨୨ ମାର୍ଚ୍ଚ ଶେଷ ସୁଦ୍ଧା ରାଜ୍ୟର ମୁଣ୍ଡ ପିଛା ଋଣ ହାର ୨୨ ହଜାର ୪୨ ଟଙ୍କା ଥିବା ବେଳେ, ମୁଣ୍ଡ ପିଛା ଆୟ ପରିମାଣ ୧ ଲକ୍ଷ ୨୮ ହଜାର ୮୭୩ ଟଙ୍କା ରହିଛି ।

୧୯୯୯ ମସିହାରେ ରାଜ୍ୟର ମୁଣ୍ଡ ପିଛା ଋଣ ଭାର ୪ ହଜାର ୯୧୮ ଟଙ୍କା ଥିବାବେଳେ ମୁଣ୍ଡ ପିଛା ଆୟ ଥିଲା ୧୩ ହଜାର ୧୨ ଟଙ୍କା । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ସୁଶାସନ ଫଳରେ,ଆମ ରାଜ୍ୟ ବର୍ତ୍ତମାନ ବିତ୍ତୀୟ ପରିଚାଳନାରେ ଦେଶରେ ଏକ ନମ୍ବର ହୋଇପାରିଛି । ତୁଳନାତ୍ମକ ଉଦାହରଣ ଦେଇ, ଅର୍ଥମନ୍ତ୍ରୀ କହିଛନ୍ତି, ରାଜ୍ୟଠୁ କେନ୍ଦ୍ରର ଋଣଭାର ଅଧିକ ରହିଛି । ଅର୍ଥାତ କେନ୍ଦ୍ର ବଜେଟ ଅନୁଯାୟୀ ୨୫ ପ୍ରତିଶତ ଋଣଭାର ରହିଛି ।

ଦେଶର ବହୁ ବଡ଼ ବଡ଼ ରାଜ୍ୟ କ୍ରମାଗତ ଭାବେ ରାଜସ୍ୱ ନିଅଣ୍ଟିଆ ପରିସ୍ଥିତିର ସାମ୍ନା କରି ଆସୁଥିବା ବେଳେ ଓଡ଼ିଶା ପରି ରାଜ୍ୟ ଏ କ୍ଷେତ୍ରରେ ଅନ୍ୟ ରାଜ୍ୟ ତୁଳନାରେ ସୁବିଧାଜନକ ସ୍ଥିତିରେ ରହିଛି। ଓଡ଼ିଶାର ବିତ୍ତୀୟ ନିଅଣ୍ଟ ପରିମାଣ ୩ ପ୍ରତିଶତ ରହିବା ନେଇ ଆକଳନ କରାଯାଇଥିବା ବେଳେ ଏହା ଧାର୍ଯ୍ୟ ୩.୫ ପ୍ରତିଶତଠାରୁ କମ୍‌‌ ଥିବା ରାଜ୍ୟର ଆର୍ଥିକ ସ୍ଥିତିକୁ ସକରାତ୍ମକ ଦର୍ଶାଉଛି।

ଉଲ୍ଲେଖଯୋଗ୍ୟ, ଗତ ଜାନୁଆାରୀ ମାସରେ ପିଆରଏସ ଲେଜିସ୍‌‌ଲେଟିଭ୍‌‌ ରିସର୍ଚ୍ଚର ଏକ ରିପୋର୍ଟରେ କୁହାଯାଇଥିଲା କି ଦେଶର କେତକ ହାତଗଣତି ରାଜସ୍ୱ ବଳକା ରାଜ୍ୟ ମଧ୍ୟରୁ ଓଡ଼ିଶା ଅନ୍ୟତମ ପ୍ରଦେଶ।

ad-week
Leave A Reply

Your email address will not be published.