ଥଣ୍ଡା, କାଶ ଥିଲେ କୋଭିଡ ଟେଷ୍ଟ କରାଇନିଅନ୍ତୁ: ଜନ ସ୍ୱାସ୍ଥ୍ୟ ନିର୍ଦେଶକ

add-all

ଭୁବ‌ନେଶ୍ବର: ଭାଇରସ ସଂକ୍ରମଣ ଭିତରେ ପୁଣି ଲୋକଙ୍କୁ ଘାରିଛି କୋଭିଡ ଭୟ। ରାଜ୍ୟରେ ଏଚ ୩ ଏନ ୨ ଭାଇରସ ଚିନ୍ତା ବଢ଼ାଇଥିବା ବେଳେ ଏନେଇ ଜନ ସ୍ୱାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ସବୁ ଜିଲ୍ଲାର ସିଡିଏମଓ଼ ଏବଂ କ୍ୟାପିଟାଲ ହସ୍ପିଟାଲ ନିର୍ଦେଶକଙ୍କୁ ଆଲର୍ଟ ରହିବାକୁ ଚିଠି ଲେଖିଲା ଜନସ୍ୱାସ୍ଥ୍ୟ ବିଭାଗ। ସର୍ଭିଲେନ୍ସ ବଢାଇବା ସହ ଅକ୍ସିଜେନ ଓ଼ ଆଇସିୟୁ ପ୍ରସ୍ତୁତ ରଖିବାକୁ ନିର୍ଦେଶ ବି ଦିଆଯାଇଛି।

ଥଣ୍ଡା, କାଶ ଥିଲେ କୋଭିଡ ଟେଷ୍ଟ କରାଇନେବାକୁ  ଜନ ସ୍ୱାସ୍ଥ୍ୟ ନିର୍ଦେଶକ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ଇନଫ୍ଲୁଏଞ୍ଜାର କୌଣସି ନିର୍ଦ୍ଧିଷ୍ଟ ଚିକିତ୍ସା ନାହିଁ। ଜର, କାଶ କିଛି ଦିନ ରହିବ, ଆପେ ଭଲ ହୋଇପାରେ। ଗୁରୁତର ହୋଇ ନିମୋନିଆରେ ପୀଡ଼ିତ ହେଲେ କିଡନି, ହାର୍ଟ ଓ଼ ଶ୍ୱାସ ରୋଗୀ ସଂକ୍ରମିତ ହେବାର ଆଶଙ୍କା ରହିଛି। ଲକ୍ଷଣ ଥିଲେ ଆଇସୋଲେଟ କରନ୍ତୁ, ମାସ୍କ ପିନ୍ଧନ୍ତୁ ଓ ହାତ ଧୁଅନ୍ତୁ। ରୋଗ ଭଲ ନ ହେଲେ ଡାକ୍ତରଙ୍କ ପରାମର୍ଶ ନେଇ ଡାକ୍ତରଖାନାରେ ଆଡମିଟ ହୁଅନ୍ତୁ।

ad-week
Leave A Reply

Your email address will not be published.