ରାଜ୍ୟରେ ଏବେ ୮ ହଜାର ୨୧୩ ଜଣ ଡାକ୍ତର କାର୍ଯ୍ୟରତ: ସ୍ବାସ୍ଥ୍ୟ ମନ୍ତ୍ରୀ

add-all

ଭୁବ‌ନେଶ୍ବର: ରାଜ୍ୟରେ ମୋଟ ୧୦ ହଜାର ୭୭୪ ଡାକ୍ତର ପଦବୀ ରହିଛି। ବର୍ତ୍ତମାନ୍ ୭ ହଜାର ୧୮୦ ଡାକ୍ତର ଅଛନ୍ତି। ଚୁକ୍ତିଭିତ୍ତିକ ଓ ଅନ୍ୟ ପଦକୁ ମିଶାଇଲେ ମୋଟ ୮ ହଜାର ୨୧୩ ଜଣ କାର୍ଯ୍ୟରତ ଅଛନ୍ତି। ଏଭଳି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ।  ଏଣେ ଭଦ୍ରକରେ ମୋଟ ୨୬୫ ଡାକ୍ତର ପଦବୀ ମଧ୍ୟରୁ ୧୧୬ ଜଣ ଡାକ୍ତର ଅଛନ୍ତି। ଖାଲି ଥିବା ପଦବୀରେ ଓପିଏସସି  ଦ୍ଵାରା ଚୟନ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି।

ଆଜି ଶୂନ୍ୟକାଳରେ ବିଜେପି ବିଧାୟକ ସୂର୍ଯ୍ୟବଂଶୀ ସୁରଜଙ୍କ ପ୍ରଶ୍ନର ଉତ୍ତରରେ ସ୍ବାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହା କହିଛନ୍ତି।

ad-week
Leave A Reply

Your email address will not be published.