ସ୍କୁଲରେ ପଶି ହାଣିଲା ମଦ୍ୟପ ଯୁବକ

add-all

କେନ୍ଦୁଝର :ମଦ୍ୟପ ଯୁବକର ଉନ୍ମତକାଣ୍ଡ। ନିଶାରେ ସ୍କୁଲରେ ପଶି ଛାତ୍ରଛାତ୍ରୀ ଓ ଶିକ୍ଷୟିତ୍ରୀଙ୍କୁ ଗୋଡ଼ାଇଥିଲା। ଏପରିକି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଆସିଛି କେନ୍ଦୁଝର ଜିଲ୍ଲାରୁ।

ଆଜି ଅପରାହ୍ନ ପ୍ରାୟ ୩ଟା ବେଳେ ଜଣେ ମଦ୍ୟପ ଯୁବକ ହାତରେ କଟୁରୀ ଧରି ସଦର ବ୍ଲକ୍‌ ଜନାର୍ଦ୍ଦନପୁର ପଞ୍ଚାୟତର ଭାଲିଆତିହି ପ୍ରାଥମିକ ବିଦ୍ୟାଳୟରେ ପଶିଥିଲା। ସେ ପ୍ରଥମେ ସ୍କୁଲ ପିଲା ଓ ଶିକ୍ଷୟିତ୍ରୀଙ୍କୁ ଭୟଭୀତ କରାଇଥିଲା। ପରେ ତା’ ହାବୁଡ଼ରେ ଯିଏ ପଡ଼ିଲା, ତାକୁ ଗୋଡ଼ାଇ ଗୋଡ଼ା ହାଣିଲା। ଫଳରେ ଜଣେ ଛାତ୍ରୀ ଓ ଜଣେ ଶିକ୍ଷୟିତ୍ରୀ ସାମାନ୍ୟ ଆହାତ ହୋଇଥିଲେ। ସମସ୍ତଙ୍କୁ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି।

ଏନେଇ ଅନ୍ୟ ଜଣେ ଶିକ୍ଷୟିତ୍ରୀ ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୁଲିସ ଗାଁରେ ପହଞ୍ଚି ମଦ୍ୟପ ଯୁବକକୁ ଧରିବାକୁ ଚେଷ୍ଟା କରିଥିଲା। ମାତ୍ର ମଦ୍ୟପ ଯୁବକ ଫେରାର ହୋଇଯାଇଥିବା ଜଣାପଡ଼ିଛି।

ad-week
Leave A Reply

Your email address will not be published.