କାଲିଠୁ ଡ୍ରାଇଭର ସଂଘର ଧର୍ମଘଟ: ଘରୋଇ ବସ୍ ସ୍ୱାଭାବିକ ଭାବେ ଚାଲିବ ବୋଲି ସ୍ପଷ୍ଟ କଲା ମାଲିକ ସଂଘ…

add-all

ଭୁବନେଶ୍ୱର : ଆସନ୍ତାକାଲିଠାରୁ ଡ୍ରାଇଭର ସଂଘ ଅଖ, ଚକ ବନ୍ଦ ଓ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଡାକରା ଦେଇଛି । ଏଥିସହିତ ଘରୋଇ ବସ୍ ମାଲିକ ସଂଘ ଯାତ୍ରୀବାହୀ ବସ୍ ଚଳାଚଳ କରିବାକୁ ନିଷ୍ପତ୍ତି ନେଇଛି। କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ପୋଲିସ୍‌କୁ ସ୍ଥିତି ଉପରେ ନଜର ରଖିବାକୁ ସଂଘ ଅନୁରୋଧ କରିଛି।

ଅନ୍ୟପଟେ ରାଜ୍ୟ ବସ ମାଲିକ ସଂଘ ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁମାର ସାହୁ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି। ରାଜ୍ୟରେ ୧୪ ହଜାର ବସ ଚାଲୁଛି । ୬୦ ହଜାର ବସ କର୍ମଚାରୀ ଅଛନ୍ତି । ଆନ୍ଦୋଳନରେ ବସ କର୍ମଚାରୀମାନେ ସାମିଲ ହେବେ ନାହିଁ ବୋଲି କହିଛନ୍ତି। ବସ ଯାତ୍ରୀ ପରିବହନକୁ ବ୍ୟାହତ ନ କରିବା ପାଇଁ ଅନୁରୋଧ କରାଯାଇଛି। ଯାତ୍ରୀଙ୍କୁ ହଇରାଣ ନ କରିବା ପାଇଁ ସେମାନଙ୍କୁ ଅପିଲ କରାଯାଇଛି। ଏବେ ମାଟ୍ରିକ ପରୀକ୍ଷା ଚାଲିଛି। ଏପରି ନ କରିବାକୁ ଅନୁରୋଧ କରାଯାଇଛି। ବସ୍‌ ଚଳାଚଳକୁ ସ୍ୱାଭାବିକ ରଖିବାରେ ସାହାଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ତଥା ପୋଲିସ ଡିଜିପିଙ୍କୁ ଆମେ ଲିଖିତ ଆକାରରେ ଅନୁରୋଧ ଜଣାଇଛୁ ବୋଲି କହିଛନ୍ତି ଏବଂ ୧୫ ତାରିଖରେ ଯାତ୍ରୀବାହୀ ବସ୍‌ ଚଳାଚଳ ହେଲେ ଯେମିତି କେହି ହଇରାଣ ନ କରନ୍ତି, ସେଥିପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ କରିଥିଲୁ। ଯାତ୍ରୀବାହୀ ବସ୍ ଗୁଡ଼ିକୁ କୌଣସି ସ୍ଥାନରେ କେହି ଅଟକାଇବେ ନାହିଁ ବୋଲି ସେମାନେ ପ୍ରତିଶ୍ରୁତି ଦେଇଛନ୍ତି।

ad-week
Leave A Reply

Your email address will not be published.