ଅର୍ଚ୍ଚନା ନାଗ କେସର ଷ୍ଟାଟର୍ସ ରିପୋର୍ଟ ମାଗିଲେ ହାଇକୋର୍ଟ…

add-all

କଟକ: ହାଇକୋର୍ଟରେ ଅର୍ଚ୍ଚନା ନାଗଙ୍କ ଜାମିନ ଆବେଦନ ମାମଲାର ଶୁଣାଣି କରି କୋର୍ଟ ତଦନ୍ତର ଅଗ୍ରଗତି ନେଇ ରିପୋର୍ଟ ଦାଖଲ କରିବାକୁ ପୁଲିସକୁ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି। ପରବର୍ତ୍ତୀ ଶୁଣାଣି ପୂର୍ବରୁ ନୟାପଲ୍ଲୀ ଥାନାରେ ଅକ୍ଷୟ ପରିଜାଙ୍କ ମାମଲାର ରିପୋର୍ଟ ଦାଖଲ କରିବାକୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ଅର୍ଚ୍ଚନାଙ୍କ ଜାମିନ ଆବେଦନ ତଳ କୋର୍ଟରେ ଖାରଜ ହେବା ପରେ ସେ ହାଇକୋର୍ଟରେ ଜାମିନ୍ ଆବେଦନ କରିଥିଲେ। ଜାନୁଆରି ୬ରେ ହାଇକୋର୍ଟ ମାମଲାର ଶୁଣାଣି କରି କେସ୍ ଡାଏରି ଦାଖଲ ପାଇଁ ସରକାରଙ୍କୁ ନ‌ର୍ଦ୍ଦେଶ ଦେଇଥିଲେ। ଚଳଚ୍ଚିତ୍ର ‌ପ୍ରଯୋଜକ ଅକ୍ଷୟ କୁମାର ପରିଜାଙ୍କ ଏତଲା ଆଧାରରେ ନୟାପଲ୍ଲୀ ଥାନାରେ ରୁଜୁ ମାମଲାରେ ଜାମିନ ଲୋଡ଼ି ଅର୍ଚ୍ଚନା ଗତ ଜାନୁଆରି ୨ ତାରିଖରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଭୁବନେଶ୍ବର ଅତିରିକ୍ତ ଦୌରା ଜଜ୍ ଅଦାଲତରେ ଜାମିନ ଖାରଜ ହେବା ପରେ ଅର୍ଚ୍ଚନା ହାଇକୋର୍ଟରେ ନିୟମିତ ଜାମିନ ଆବେଦନ ଦାୟର କରିଥିଲେ। ଆବେଦନକାରୀଙ୍କ ତରଫରୁ ଆଇନଜଜୀବୀ ବିଶ୍ବଚନ୍ଦନ ମହାନ୍ତି ମାମଲା ପରିଚାଳନା କରୁଛନ୍ତି।

ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାର  ଗତ ମାସ ୯ ତାରିଖରେ ହାଇକୋର୍ଟରେ ଶୁଣାଣି ହୋଇଥିଲା। ମାମଲାର ଶୁଣାଣି ସମୟରେ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ ଦାଖଲ ହୋଇ ସାରିଥିବା ସ୍ପଷ୍ଟ ହୋଇଥିଲା। ଏହା ସହିତ ସରକାରଙ୍କ ପକ୍ଷରୁ ତଦନ୍ତର ସାନି ସ୍ଥିତିକୁ ନେଇ ମଧ୍ୟ କୋର୍ଟଙ୍କୁ ଅବଗତ କରାଯାଇଥିଲା। ଚାର୍ଜସିଟରେ ଉଲ୍ଲେଖ କରାଯାଇଥିବା ନଥିପତ୍ରର କପି କିନ୍ତୁ ଅଭିଯୁକ୍ତ ଏପର୍ଯ୍ୟନ୍ତ ପାଇ ପାରି ନାହାନ୍ତି ବୋଲି ଜଣାପଡ଼ିଥିଲା। ଏଭଳି ସ୍ଥିତିରେ ମାର୍ଚ୍ଚ ମାର୍ଚ୍ଚ ୧୪କୁ ମାମଲାର ଶୁଣାଣି ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଜଷ୍ଟିସ ଭି.‌ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ଅର୍ଚ୍ଚନାଙ୍କ ନିୟମିତ ଜାମିନ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଥିଲେ।

ad-week
Leave A Reply

Your email address will not be published.