EOW ପଞ୍ଝାରେ ଜାଲ୍ କମ୍ପାନୀର ନିର୍ଦ୍ଦେଶକ

add-all

ଭୁବନେଶ୍ୱର: ଇଓଡବ୍ଲୁ ପଞ୍ଝାରେ ଜାଲ୍ କମ୍ପାନିର ଜଣେ ନିର୍ଦ୍ଦେଶକ । କମ୍ପାନିର ନିର୍ଦ୍ଦେଶକକୁ ଗିରଫ କରିଛି ଇଓଡବ୍ଲୁ । ଅନଲାଇନ ବେଟିଂ ଓ ପୁଞ୍ଜି ଠକେଇ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଏଡୁଡାଡି ଇନଷ୍ଟିଚ୍ୟୁଟ ଅଫ ଆଡଭାନ୍ସଡ ଷ୍ଟଡିସ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ନବୀନ ପୋରିଓ୍ବାରଙ୍କୁ ଗିରଫ କରିଛି ଅର୍ଥନୈତିକ ଅପରାଧ ଶାଖା । ରାଜସ୍ଥାନ ଉଦୟପୁରରୁ ଧରାପଡିଛି ଅଭିଯୁକ୍ତ ।

ଏହି କମ୍ପାନି ଜରିଆରେ ୧୧ କୋଟି ୭୪ ଲକ୍ଷ ଟଙ୍କା ଠକେଇ ହୋଇଥିବା ଜଣାଯିବା ପରେ ଛାନବିନ ଚଳାଇଥିଲା ଇଓଡବ୍ଲୁ ।କେବଳ ଏଡୁଡାଡି ଇନଷ୍ଟିଚ୍ୟୁଟ ଅଫ ଆଡଭାନ୍ସଡ ଷ୍ଟଡିସ ପ୍ରାଇଭେଟ ଲିମିଟେଡ ନୁହେଁ, ସାଲିନଟେକ ସଫ୍ଟଓ୍ବେର ସଲ୍ୟୁସନସ ପ୍ରାଇଭେଟ ଲିମିଟେଡ, ଫ୍ରୁଡୋଟ ଟେକନୋଲୋଜିସ ପ୍ରାଇଭେଟ ଲିମିଟେଡ ଓ ଜେମଡଚ ସଫ୍ଟଓ୍ବେର ସଲ୍ୟୁସନସ ପ୍ରାଇଭେଟ ଲିମିଟେଡ ଜରିଆରେ ମଧ୍ୟ ବେଆଇନ ଅର୍ଥ କାରବାର ହୋଇଥିବା ଇଓଡବ୍ଲୁ ପ୍ରମାଣ ପାଇଥିଲା ।

ad-week
Leave A Reply

Your email address will not be published.