ଜଙ୍ଗଲ ନିଆଁ ଲିଭାଉ ଲିଭାଉ ଜଳିଗଲା ବନ ବିଭାଗ ଜିପ୍‌…

add-all

ସୁନ୍ଦରଗଡ଼ : ଜଙ୍ଗଲ ନିଆଁ ଲିଭାଉ ଲିଭାଉ ଜଳିଗଲା ବନ ବିଭାଗ ଜିପ୍‌। ଆଜି ଏପରି ଖବର ଆସିଛି ସୁନ୍ଦରଗଡ଼ ଜିଲ୍ଲାରୁ। ତେବେ ଜିପ୍‌ଟି ଜଙ୍ଗଲ ନିଆଁରେ ଜଳିଛି ନା କିଏ ନିଆଁ ଲଗାଇ ଦେଇଛି, ତାହା ଜଣାପଡ଼ି ନାହିଁ।

ସୁନ୍ଦରଗଡ ସଦର ଫରେଷ୍ଟ ରେଞ୍ଜର ଭବାନୀପୁର ଜଙ୍ଗଲରେ ଆଜି ନିଆଁ ଲାଗିଥିଲା। ଖବର ପାଇ ବନ ବିଭାଗର ଏକ ୬ ଜଣିଆ ଟିମ୍‌ ଜଙ୍ଗଲରେ ପହଞ୍ଚିଥିଲେ। ସେମାନେ ଗାଡ଼ିକୁ ଜଙ୍ଗଲ ପାର୍ଶ୍ୱରେ ଠିଆ କରି ନିଆଁ ଲିଭାଇବାକୁ ଯାଇଥିଲେ। ନିଆଁ ଲିଭାଉ ଲିଭାଉ ସେମାନେ ଜଙ୍ଗଲ ଭିତରେ ପ୍ରାୟ ୫ କିମି ପର୍ଯ୍ୟନ୍ତ ଚାଲି ଯାଇଥିଲେ। ଯେତେ ନିଆଁ ଲିଭାଉଥିଲେ, ସେତେ ନିଆଁ ଲାଗୁଥିଲା। ତେବେ ନିଆଁ ଲିଭାଉଥିବା ବେଳେ ଅପରାହ୍ନ ପ୍ରାୟ ୩ରୁ ସାଢ଼ ୩ଟା ଭିତରେ ବନ କର୍ମଚାରୀଙ୍କ ପାଖକୁ ଗୋଟିଏ ଫୋନ୍‌ କଲ ଯାଇଥିଲା।

ଫୋନ୍‌ କରିଥିବା ବ୍ୟକ୍ତି କହିଲେ, ଆଜ୍ଞା ଆପଣଙ୍କ ଗାଡ଼ି ଜଳୁଛି। ଏକଥା ଶୁଣିବା ପରେ ବନ କର୍ମଚାରୀଙ୍କ ଅକଲ ଗୁଡୁମ୍‌ ହୋଇଯାଇଥିଲା। ଜଙ୍ଗଲ ନିଆଁ ଲିଭାଇବେ କଣ? ନିଜ ଜିପ୍‌ରେ ଲାଗିଥିବା ନିଆଁ ଲିଭାଇବା ପାଇଁ ଧାଇଁଲେ। ସେତେବେଳେ ନିଆଁ କବ୍‌ଜାରେ ଥିଲା ବନ ବିଭାଗର ଜିପ୍‌। ତେଣୁ ବନ କର୍ମଚାରୀମାନେ ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଆୟତ୍ତ କରିଥିଲେ। ସେତେବେଳକୁ ଜିପ୍‌ଟି ପୋଡି ଧୂଆଁ ହୋଇଯାଇଥିଲା।

ad-week
Leave A Reply

Your email address will not be published.