ଶିକ୍ଷକଙ୍କୁ ଲୋୟର ପିଏମ୍‌ଜିରେ ଆନ୍ଦୋଳନ ପାଇଁ ଅନୁମତି ଦେଲାନି କମିଶନରେଟ୍‌ ପୋଲିସ

add-all

ଭୁବନେଶ୍ୱର : ଶିକ୍ଷକଙ୍କୁ ଲୋୟର ପିଏମ୍‌ଜିରେ ଆନ୍ଦୋଳନ ମନା। ଧାରଣା ପାଇଁ ଅନୁମତି ଦେବାକୁ ମନାକଲା କମିଶନରେଟ୍‌ ପୋଲିସ । ଆସନ୍ତା ୧୦ ତାରିଖରେ ପୋଲିସ କମିଶନରଙ୍କୁ ଆନ୍ଦୋଳନ ପାଇଁ ଅନୁମତି ମାଗିଥିଲା ସଂଘ । ଧାରଣା ଦେଲେ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇପାରେ । ଆଜି ଧାରଣାରେ ପ୍ରାୟ ୪୦ ହଜାର ଶିକ୍ଷକ ଏକଜୁଟ୍ ହେବାର ଆଶଙ୍କା ଥିବାରୁ ଏହି ନିଷ୍ପତି ନିଆଯାଇଥିବା କୁହାଯାଇଛି। ବର୍ତ୍ତମାନ ମାଟ୍ରିକ ପରୀକ୍ଷା ଚାଲୁଥିବାରୁ ପିଲା ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ୩ ଦଫା ଦାବି ନେଇ ପ୍ରାୟ ଦେଢ ଲକ୍ଷ ପ୍ରାଥମିକ ଶିକ୍ଷକ ଆନ୍ଦୋଳନକୁ ଓହ୍ଲାଇଥାନ୍ତେ । ତେଣୁ କୌଣସି ପ୍ରକାର ସମସ୍ୟାକୁ ଏଡ଼ାଇବା ପାଇଁ ଏଭଳି ନିଷ୍ପତି ନେଇଛି କମିସନରେଟ ପୋଲିସ।

ସେହିପରି ଦଶଦଫା ଦାବି ପୂରଣ ପାଇଁ ଆସନ୍ତାକାଲି ଡ୍ରାଇଭର ମହାସଂଘ ଆନ୍ଦୋଳନ ଡାକରା ଦେଇଥିବା ବେଳେ ଘରୋଇ ବସ୍ ମାଲିକ ସଂଘ ଏହାକୁ ସମର୍ଥନ କରିନାହିଁ । ମାଟ୍ରିକ ପରୀକ୍ଷା ଚାଲିଥିବାରୁ ପିଲାମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟରେ ସ୍ୱାଭାବିକ ଭାବେ ବସ୍‍ ଚଳାଇବାକୁ ମାଲିକ ସଂଘ ନିଷ୍ପତ୍ତି ନେଇଛି। ତେବେ ଡ୍ରାଇଭର ସଂଘର ଆନ୍ଦୋଳନ ଡାକରା ଦୃଷ୍ଟିରୁ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ବସ୍‍ ମାଲିକ ସଂଘ ପୁଲିସ୍‍ ମହାନିର୍ଦ୍ଦେଶକଙ୍କୁ ଅନୁରୋଧ କରିଛି।

ad-week
Leave A Reply

Your email address will not be published.