ନିଆଳିରେ ଅଜଣା ଜନ୍ତୁଙ୍କୁ ନେଇ ଆତଙ୍କ: ଗୁହାଳରେ କ୍ୟାମେରା ଲଗାଇଲା ବନ ବିଭାଗ…

add-all

ନିଆଳି : ନିଆଳିରେ ଧରାପଡୁନି ଅଜଣା ଜନ୍ତୁ । ମେଣ୍ଢା ଶିକାର କରୁଥିବା ଅଜଣା ଜନ୍ତୁ ଆତଙ୍କକୁ ନେଇ ଚେତିଲା ଫୁଲନଖର ବନ ବିଭାଗ। ଏହାକୁ ଠାବ କରିବା ଲାଗି ମେଷ ପାଳକ ଗୁହାଳରେ ଲାଗିଲା ୪ଟି ଟ୍ରାପ କ୍ୟାମେରା । ଗତ ୬ ବର୍ଷ ତଳେ ଯେଉଁ ଢ଼ଙ୍ଗରେ ଅଜଣା ଜନ୍ତୁ ମେଣ୍ଢା ମାନଙ୍କୁ ଆକ୍ରମଣ କରିଥିଲା ଏବେ ପୁଣି ସେଇ ଢଙ୍ଗରେ ମେଣ୍ଢା ମାନଙ୍କୁ ଆକ୍ରମଣ କରୁଛି।

କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ ନାହାଳପୁର ପଞ୍ଚାୟତର ଗୁଣାଦୋଳ ଠାକୁର ପୋଖରୀ ସାହିରେ ୧୩ ତାରିଖ ବିଳମ୍ବିତ ଅଜଣା ଜନ୍ତୁ ଆକ୍ରମଣରେ ଜଣଙ୍କ ଗୁହାଳରୁ ୯ ମେଣ୍ଢା ପ୍ରାଣ ହରାଇଥିବା ବେଳେ ଗୋଟିଏ ମେଣ୍ଢା ଗୁରୁତର ହୋଇଛି। ଚାରି ଦିନ ମଧ୍ୟରେ କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ ନାହାଳପୁର ପଞ୍ଚାୟତ ଗୁଣାଦୋଳ ଠାକୁର ପୋଖରୀ ସାହିରେ ଅଜଣା ଜନ୍ତୁ ଆକ୍ରମଣରେ ୨୯ ମେଣ୍ଢାଙ୍କ ମୃତ୍ୟୁ ହେଲାଣି। ସେହିପରି ଗତକାଲି ବିଳମ୍ବିତ ରାତିରେ ଗାଁର ଗୋକୁଳାନନ୍ଦ ଚୌଧୁରୀଙ୍କ ୯ଟି ମେଣ୍ଢା ଓ ବାବାଜୀ ଚୌଧୁରୀଙ୍କ ୨୦ ମେଣ୍ଢାଙ୍କ ମୃତ୍ୟୁ ଘଟିଛି। ଫଳରେ ଏବେ ନିଆଳି, କଣ୍ଟାପଡ଼ା କଟକ ସଦର,ବାରଙ୍ଗ ଅଞ୍ଚଳରେ ମେଷ ପାଳନଙ୍କୁ କୋକୁଆ ଭୟ ସୃଷ୍ଟି ହୋଇଛି।

ଏହାକୁ ଦୃଷ୍ଟିରେ ରଖି ବନବିଭାଗର ଏସିଏଫ ଅନନ୍ତ ପ୍ରଧାନ, ଫୁଲନଖର ରେଞ୍ଜର ପୂର୍ଣ୍ଣ ଚନ୍ଦ୍ର ସ୍ବାଇଁ, ଗୋପାଳପୁର ଫରେଷ୍ଟର ଶ୍ରୀକାନ୍ତ ବେହେରା, ଫୁଲନଖରା ସୂର୍ଯ୍ୟକାନ୍ତ ସାହୁ, ନିଆଳି ଫରେଷ୍ଟର ଧନେଶ୍ୱର ସାହୁ ଏବଂ ଫରେଷ୍ଟର ଗ୍ରାଉଣ୍ଡ ସୁଜାତା ନାୟକ ପ୍ରମୁଖ ନାହାଳପୁର ଗୁଣାଦୋଳ ଏବଂ ଆଖପାଖ ଅଞ୍ଚଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ମେଷ ପାଳକଙ୍କ ଆଲୋଚନା କରିଛନ୍ତି ।ଏବଂ ବନ ବିଭାଗ ଓ ସ୍ଥାନୀୟ ମେଷ ପାଳକ ସଜାଗ ରହିବା ପାଇଁ ଆଲୋଚନା ହୋଇଥିଲା।

ସେପଟେ ଚାରୋଟି ଗୁହାଳରେ ଅଜଣା ଜନ୍ତୁଙ୍କ ଗତିବିଧି ଠାବ ପାଇଁ ଗୁହାଳରେ ଗତକାଲି ବନବିଭାଗ ଟ୍ରାପ କ୍ୟାମେରା ଲଗାଇଛି । ଏନେଇ ଗତ ପାଞ୍ଚ ଦିନ ମଧ୍ୟରେ ଅଜଣା ଜନ୍ତୁଙ୍କ ଆକ୍ରମଣରେ ମୃତ୍ୟୁବରଣ କରିଥିବା ମେଷ ପାଳକ ମାନଙ୍କୁ କ୍ଷତିପୂରଣ ଦିଆଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଗତକାଲି ଠାରୁ ଯେଉଁ ଟ୍ରାପ କ୍ୟାମେରା ବନବିଭାଗ ଲଗାଇଥିଲେ ଆଜି କ୍ୟାମେରା ଚେକ୍ କରାଯିବା ପରେ ଚିତ୍ର ସ୍ପଷ୍ଟ ହେବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।‌ ସେପଟେ ଅଜଣା ଜନ୍ତୁଙ୍କ ଆକ୍ରମଣରେ ମେଣ୍ଢାଙ୍କ ପେଟ ଓ ବେକରେ ଆଘାତ ଲାଗିବା ସହିତ ପେଟରୁ ଅନ୍ତପୋଜଳା ବାହାରକୁ ବାହାରି ଆସୁଥିବା ଲକ୍ଷ୍ୟ କରାଯାଉଛି ।

ad-week
Leave A Reply

Your email address will not be published.