ଅନଲାଇନ ଗେମିଙ୍ଗ ଓ ବେଟିଂ ଆପର ନିର୍ଦ୍ଦେଶକଙ୍କୁ ଗିରଫ କଲା ଇଓଡବ୍ଲୁ

add-all

ଇଓଡବ୍ଲୁ ପଞ୍ଝାରେ ଜାଲ୍‌ କମ୍ପାନୀର ଜଣେ ନିର୍ଦ୍ଦେଶକ। ଅନଲାଇନ ଗେମିଙ୍ଗ ଓ ବେଟିଂ ଆପ 18football. Comକମ୍ପାନୀ ନିର୍ଦ୍ଦେଶକଙ୍କୁ ଗିରଫ କରିଛି ଅର୍ଥନୈତିକ ଅପରାଧ ଶାଖା। ଅନଲାଇନ୍‌ ବେଟିଂ ଓ ପୁଞ୍ଜି ଠକେଇ ମାମଲାରେ ସଂପୃକ୍ତ ଥିବା ଅଭିଯୋଗରେ ଏଡୁଡାଡି ଇନଷ୍ଟିଚ୍ୟୁଟ ଅଫ୍‌ ଆଡଭାନ୍‌ସଡ ଷ୍ଚଡିଜ୍‌ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ନବୀନ ପରିୱାରଙ୍କୁ ଗିରଫ କରିଛି EOW। ଏହି କମ୍ପାନୀ ଜରିଆରେ ୧୧କୋଟି ୭୪ ଲକ୍ଷ ଟଙ୍କା ଠକେଇ ହୋଇଥିବା ଜଣାପଡିବା ପରେ ଛାନବିନ୍‌ ଚଳାଇଥିଲା ।

ନବୀନ ପରିୱାରଙ୍କୁ ଗିରଫ ପରେ ଉଦୟପୁରର ଏକ କୋର୍ଟରେ ହାଜର କରାଯାଇଥିଲା ଏବଂ ତାକୁ ଓଡ଼ିଶା ଅଣାଯାଉଛି। ପୂର୍ବରୁ ଏହି ମାମଲାରେ ଦୁବାଇର ମହମ୍ମଦ ସୈଫ ବିରୋଧରେ ଲୁକ୍‌ ଆଉଟ୍‌ ସର୍କୁଲାର ଜାରି କରାଯାଇଥିଲା । ଏହି ମାମଲାରେ ପ୍ରଥମେ କୋଲକାତା ସ୍ଥିତ ସେଲ୍‌ କମ୍ପାନୀର ଦୁଇ ନିର୍ଦ୍ଦେଶକ ମେସର୍ସ ହାକିମ ଆଣ୍ଡ ରୁସ୍ତମ ଫେବ୍ରିକ୍ସ ପ୍ରାଇଭେଟ ଲିମିଟେଡକୁ ଗିରଫ କରାଯାଇଛି। ଗଞ୍ଜାମ ଜିଲ୍ଲାର ୮୦୦ରୁ ଅଧିକ କ୍ଷତିଗ୍ରସ୍ତ ଲୋକଙ୍କ ଦ୍ୱାରା FIR ରୁଜୁ ହେବା ପରେ ତଦନ୍ତ ଚଳାଇଥିଲା EOW।

ad-week
Leave A Reply

Your email address will not be published.