ଗିରଫ ନୁହେଁ, ମୋତେ ମାରିବାକୁ ଷଡ଼ଯନ୍ତ୍ର ହୋଇଥିଲା : ଇମ୍ରାନ

add-all

ଲାହୋର : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହେରିକ-ଏ-ଇନସାଫ (ପିଟିଆଇ) ନେତା ଇମ୍ରାନ ଖାଁଙ୍କ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ପାକିସ୍ତାନର ରାଜନୀତି ସରଗରମ ହୋଇଉଠିଛି । ଏହା ମଧ୍ୟରେ ଇମ୍ରାନ ଏକ ବଡ଼ ଅଭିଯୋଗ ଆଣିଛନ୍ତି । ବୁଧବାରଦିନ ଇମ୍ରାନ ଅଭିଯୋଗ କରିଛନ୍ତି ପୁଲିସ ତାଙ୍କୁ ଗିରଫ ନୁହେଁ ମାରିବାକୁ ଆସିଥିଲା ।
ସେ କହିଛନ୍ତି ଯେ, ତାଙ୍କ ଗିରଫଦାରି ‘ଲଣ୍ଡନ ଯୋଜନା’ର ଏକ ଅଂଶ । ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ବିରୋଧରେ ଥିବା ସମସ୍ତ ମାମଲାକୁ ବନ୍ଦ କରିବା ପାଇଁ ତାଙ୍କୁ ଗିରଫ କରି ହତ୍ୟା କରିବାର ଷଡ଼ଯନ୍ତ୍ର କରାଯାଇଥିଲା । ଏକ ଭିଡିଓ ବାର୍ତ୍ତାରେ ଇମ୍ରାନ୍ କହିଛନ୍ତି, ଏହା ଲଣ୍ଡନ ଯୋଜନାର ଏକ ଅଂଶ। ଏଥିରେ ତାଙ୍କୁ ଜେଲରେ ରଖିବା, ପିଟିଆଇକୁ ହଟାଇବା ଏବଂ ନୱାଜ ସରିଫଙ୍କ ବିରୋଧରେ ଥିବା ସମସ୍ତ ମାମଲାର ଅନ୍ତ ଘଟାଇବା ପାଇଁ ଚୁକ୍ତି ସ୍ୱାକ୍ଷରିତ ହୋଇଛି ।
ଇମ୍ରାନ୍ ଖାଁ ଆହୁରି ମଧ୍ୟ କହିଛନ୍ତି ଯେ ଲୋକଙ୍କ ଉପରେ ଆକ୍ରମଣ ପଛର କାରଣ ସେ ବୁଝି ପାରୁନାହାନ୍ତି, କାରଣ ସେ ମାର୍ଚ୍ଚ ୧୮ରେ କୋର୍ଟରେ ହାଜର ହେବେ ବୋଲି ପୂର୍ବରୁ ପ୍ରତିଶ୍ରୁତି ଦେଇଥିଲେ। ଏହା ସତ୍ତ୍ବେ ପୁଲିସ ତାଙ୍କୁ ଗିରଫ ପାଇଁ ପହଞ୍ଚିଥିଲା ।

ସୂଚନାଯୋଗ୍ୟ ଯେ ଇମ୍ରାନଙ୍କ ଘରେ ପୁଲିସ ପହଞ୍ଚିବା ଘଟଣାରେ ଲାହୋର ହାଇକୋର୍ଟ ହସ୍ତକ୍ଷେପ କରି ଆସନ୍ତା କାଲି (ଗୁରୁବାର) ପୂର୍ବାହ୍ଣ ୧୦ଟା ପର୍ଯ୍ୟନ୍ତ ଇମ୍ରାନଙ୍କ ବିରୋଧରେ କୌଣସି ପ୍ରକାରର ପୁଲିସ କାର୍ଯ୍ୟାନୁଷ୍ଠାନ ଉପରେ ରୋକ ଲଗାଇଛନ୍ତି ।

ad-week
Leave A Reply

Your email address will not be published.