ଅସ୍ତରଙ୍ଗରୁ ସନ୍ଦିଗ୍ଧ ପାରା ଉଦ୍ଧାର..

add-all

ଅସ୍ତରଙ୍ଗ: ଅସ୍ତରଙ୍ଗ ବ୍ଲକ୍‌ ନାନପୁର ମୌଜାର ପତିସାହିରୁ ଏକ ସନ୍ଦିଗ୍ଧ ପାରା ଉଦ୍ଧାର ହୋଇଛି। ଉକ୍ତ ପାରାର ଦୁଇ ଗୋଡ଼ରେ ଦୁଇଟି ନଳି ଲାଗିଥିବା ବେଳେ ଡେଣାରେ ଅଜଣା ଭାଷାରେ କିଛି ଲେଖା ଯାଇଥିବା ଦେଖିବାକୁ ମିଳିଛି। ଗୋଡ଼ରେ ଚିପ୍ ସଦୃଶ ଜିନିଷ ମଧ୍ୟ ରହିଛି। ଯାହାକୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି। ଏହା ଏକ ଗୁପ୍ତ କ୍ୟାମେରା କିମ୍ବା ମେମୋରି ଚିପ୍ ବୋଲି ଅନୁମାନ କରାଯାଉଛି।

ସୂଚନାମୁତାବକ ନାନପୁର ମୌଜାର ରୁପନ ପତିଙ୍କ ଘରେ କିଛି ପୋଷା ପାରା ଅଛନ୍ତି। ଏମାନଙ୍କ ସହ ପ୍ରାୟ ମାସେ ହେବ ଏକ ଦେଶୀ ଜାତୀୟ ତଥା ଦେଉଳିଆ ପାରା ଭଳି ଜଣାପଡୁଥିବା ଏକ ଅଜଣା ପାରା ଆସି ବିଚରଣ କରୁଥିଲା। ତା’ର ଦୁଇ ଗୋଡ଼ରେ ନଳୀ ଲାଗିବା ହଠାତ୍ ନଜର ପଡିବାରେ ତାକୁ ପରିବାର ଲୋକେ ଜାଲ ବିଛାଇ ଆଜି ଅପରାହ୍ନରେ ଧରିଥିଲେ। ଆସନ୍ତାକାଲି ପୁଲିସ ଏହାର ସତ୍ୟାସତ୍ୟ ଅନୁସନ୍ଧାନ କରିବ ବୋଲି ସୂଚନା ମିଳିଛି।

ad-week
Leave A Reply

Your email address will not be published.