ବାଲେଶ୍ବରରେ ୧୦୦ ଡ୍ରାଇଭର ଗିରଫ…

add-all

ବାଲେଶ୍ୱର: ଡ୍ରାଇଭରମାନଙ୍କ ଆନ୍ଦୋଳନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛି ପୁଲିସ | ଆନ୍ଦୋଳନ ନାଁରେ ରାସ୍ତା ଜାମ କରିଥିବା ଡ୍ରାଇଭରଙ୍କ ବିରୋଧରେ ଏବେ ବାଲେଶ୍ୱର ପୁଲିସ ଆକ୍ସନ ନେଇଛି। ବାଲେଶ୍ୱରର ଏନ୍‌ଏଚ୍‌-୧୬ର ନହରପାଟଣାଠାରେ ଡ୍ରାଇଭର ସଂଘର ଶହେରୁ ଅଧିକ ସଦସ୍ୟଙ୍କୁ ପୁଲିସ ଭ୍ୟାନ୍‌ରେ ଉଠାଇ ନିଆଯାଇଥିବାବେଳେ ସେଠାରେ କ୍ୟାମ୍ପକୁ ମଧ୍ୟ ଭାଙ୍ଗିଦିଆଯାଇଛି | ସୋରରେ ମଧ୍ୟ ଡ୍ରାଇଭର ସଂଘ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ଆସିଛି ପୁଲିସ। ୫୦ ଜଣ ଡ୍ରାଇଭରଙ୍କୁ ସୋରରୁ ଗିରଫ କରାଯାଇଥିବା ସୂଚନା ମିଳିଛି।

ଉଲ୍ଲେଖ ଥାଉ କି ୧୦ ଦଫା ଦାବି ନେଇ ରାଜ୍ୟ ଡ୍ରାଇଭର ମହାସଂଘ ପକ୍ଷରୁ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଡାକରା ଆଜି ଦ୍ଵିତୀୟ ଦିନରେ ପହଂଚିଛି । ବ୍ଲକ୍‌, ପଞ୍ଚାୟତଠାରୁ ଆରମ୍ଭ କରି ରାଜରାସ୍ତା ଯାଏ, ସବୁଠି ଡ୍ରାଇଭରମାନେ ଏକାଠି ହୋଇ ପ୍ରତିବାଦ ଚଳାଇଛନ୍ତି। ଅଧିକାଂଶ ସ୍ଥାନରେ ଚାଳକମାନେ ଶୋଭାଯାତ୍ରା କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ଅତ୍ୟାବଶ୍ୟକ ସେବାକୁ ବାଦ୍‌ ଦେଇ ରାସ୍ତାରେ ବ୍ୟବସାୟିକ ଯାନବାହାନ ଚଳାଚଳକୁ ବିରୋଧ କରାଯାଇଛି। କିଛି ସ୍ଥାନରେ ବସ୍‌, ଟ୍ରକ୍‌, ଟ୍ୟାକ୍ସି ଏବଂ ସର୍ବସାଧାରଣ ପରିବହନ ଯାନକୁ ଆନ୍ଦୋଳନକାରୀମାନେ ଅଟକାଇଥିଲେ। ଫଳରେ ରାଜଧାନୀଠାରୁ ଆରମ୍ଭ କରି ରାଜ୍ୟର ଅନ୍ୟ ସହରାଞ୍ଚଳ ରାଜରାସ୍ତାରେ ଗାଡ଼ିଗୁଡ଼ିକର ଲମ୍ବା ଲାଇନ୍‌ ଦେଖିବାକୁ ମିଳିଥିଲା। ବହୁ ସମୟ ଧରି ରାସ୍ତା ଜାମ୍‌ ସ୍ଥିତି ଉପୁଜିଥିଲା।

ad-week
Leave A Reply

Your email address will not be published.