ରାହୁଳଙ୍କୁ ସଂସଦରେ କୁହାଇ ନେଦବାକୁ ପଣ କରିଛି ବିଜେପି, କଂଗ୍ରେସ ବି ନଛୋଡ଼ ବନ୍ଧା

add-all

ନୂଆଦିଲ୍ଲୀ : ନିଜ ନିଜ ଜିଦରେ ଅଟଳ କଂଗ୍ରେସ ଓ ବିଜେପି। କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଅଚଳ ହେଲା ସଂସଦର ଉଭୟ ସଦନର କାର୍ଯ୍ୟ। ଲଣ୍ଡନରେ ଭାରତର ଗଣତନ୍ତ୍ରକୁ ନେଇ ରାହୁଲ ଗାନ୍ଧି ଦେଇଥିବା ବୟାନକୁ ନେଇ ଆଟାକିଂ ମୁଡରେ ବିଜେପି। କଂଗ୍ରେସ ମଧ୍ୟ ନଛୋଡ଼ ବନ୍ଧା। ନିଜର ବୟାନ ପାଇଁ ରାହୁଲ ଗାନ୍ଧି ଯେ ପର୍ଯ୍ୟନ୍ତ କ୍ଷମା ମାଗି ନାହାନ୍ତି, ସେଯାଏ ତାଙ୍କୁ ସଂସଦରେ ନିଜର ପକ୍ଷ ରଖିବାକୁ ବିଜେପି ଅନୁମତି ଦେବ ନାହିଁ। ରାହୁଲ ଗାନ୍ଧିଙ୍କୁ ସଂସଦରେ କୁହାଇ ନ ଦେବାକୁ ବିଜେପି ରଣନୀତି ପ୍ରସ୍ତୁତ କରିଥିବା ଦଳୀୟ ସୂତ୍ରରୁ ଜଣାପଡ଼ିଛି।
କାମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ରାହୁଲ ଗାନ୍ଧି ଦେଇଥିବା ବୟାନର ତାତି କ୍ରମାଗତ ଦ୍ୱିତୀୟ ଦିନ ପାଇଁ ସଂସଦର ଉଭୟ ସଦନରେ ଦେଖିବାକୁ ମିଳିଛି। ରାହୁଲ ଗାନ୍ଧି ନିଜର ବୟାନ ପାଇଁ କ୍ଷମା ମାଗନ୍ତୁ ବୋଲି ଦାବି କରି ଶାସକ ବିଜେପି ଉଭୟ ଗୃହରେ ନାରାବାଜୀ କରିଛି। ଏହାକୁ କାଉଣ୍ଟର କରିବାକୁ ବିରୋଧୀ ଆଦାନି-ହିଣ୍ଡେନବର୍ଗ ବିବାଦ କଥା ଉଠାଇ ଯୁଗ୍ମ ସଂସଦୀୟ କମିଟି ତଦନ୍ତ ଦାବି କରିଛନ୍ତି। ଏହାକୁ ନେଇ ଦୁଇ ପକ୍ଷ ମୁହାଁମୁହିଁ ହୋଇଥିବା ବେଳେ ଉଭୟ ଲୋକସଭା ଓ ରାଜ୍ୟସଭାକୁ ମୁଲତବୀ କରି ଦିଆଯାଇଛି।
ଆଜି ସଂସଦ ଭିତରେ ନାରାବାଜୀ ଚାଲିଥିବା ବେଳେ ଗୃହର ଅଡିଓକୁ ବନ୍ଦ କରି ଦିଆଯାଇଥିଲା। କଂଗ୍ରେସ ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛି। ବିରୋଧୀଙ୍କ ମାଇକ୍ରୋଫୋନଗୁଡ଼ିକୁ ଜାଣିଶୁଣି ବନ୍ଦ କରି ଦିଆଯାଉଛି ବୋଲି ଦଳ କହିଛି।
କଂଗ୍ରେସ ଟ୍ୱିଟ କରି କହିଛି ଯେ “ପୂର୍ବରୁ ମାଇକକୁ ଅଫ କରି ଦିଆଯାଉଥିଲା। ଆଜି ଗୃହର କାର୍ଯ୍ୟ ଚାଲିଥିବେ ବେଳେ ସାଉଣ୍ଡ ବନ୍ଦ କରି ଦିଆଗଲା। ଗୃହର ସ୍ୱରକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସାଙ୍ଗ ପାଇଁ ବନ୍ଦ କରାଯାଇଛି।”
ଲଣ୍ଡନ ବୟାନକୁ ନେଇ ବିବାଦ ଚାଲିଥିବା ବେଳେ କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଲୋକସଭାରେ ଆଜି ରାହୁଲ ଗାନ୍ଧିଙ୍କୁ ଦେଖିବାକୁ ମିଳିଛି। କିନ୍ତୁ ଗୃହରେ କୌଣସି କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ହିଁ ନାରାବାଜୀ ଓ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ଫଳରେ ଗୃହ କାର୍ଯ୍ୟକୁ ଆସନ୍ତା ସୋମବାର ଯାଏ ମୁଲତବୀ କରି ଦିଆଯାଇଛି।
ସଂସଦରେ ରାହୁଲ ଗାନ୍ଧିଙ୍କ ବିରୋଧରେ ୪ ଜଣ ମନ୍ତ୍ରୀ କରିଥିବା ଅଭିଯୋଗର ଜବାବ ସେ ଦେବାକୁ ରାଜି ଅଛନ୍ତି। ହେଲେ ବିଜେପି ପ୍ରଥମେ ରାହୁଲ ଗାନ୍ଧି କ୍ଷମା ମାଗନ୍ତୁ ବୋଲି ଜିଦ କରିଛି।

ad-week
Leave A Reply

Your email address will not be published.