ଆନ୍ଦୋଳନର ପ୍ରଭାବ: ରାତିସାରା ବୋହି ନେଲେ ପେଟ୍ରୋଲ…

add-all

ଭୁବନେଶ୍ୱର: ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନର ପ୍ରଭାବ ବିଶେଷ ଭାବେ ପଡିଛି ପେଟ୍ରୋଲ ପମ୍ପ ଉପରେ। ୨ ଦିନର ଆନ୍ଦୋଳନ ଯୋଗୁଁ ଟାଙ୍କିରେ ତେଲ ସରିଯିବା ଆଶଙ୍କାରେ ରାଜ୍ୟର ସବୁ ପେଟ୍ରୋଲ ପମ୍ପରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଥିଲା। ଏପରିକି ୧୦୦ ଟଙ୍କା ତେଲ ପକାଉଥିବା ଲୋକ ୫୦୦ ଟଙ୍କାର ପକାଉଥିବା ଦେଖିବାକୁ ମିଳିଥିଲା। ଯାହାଦ୍ୱାରା ଅଧିକାଂଶ ସ୍ଥାନରେ ପେଟ୍ରୋଲ ପମ୍ପ ଅଧାରୁ ବନ୍ଦ ହୋଇଯାଇଥିଲା। ରାତି ଅଧ ଯାଏ ଲୋକମାନେ ଲମ୍ବା ଧାଡିରେ ଛିଡା ହୋଇ ପେଟ୍ରୋଲ ପକାଉଥିବା ଦେଖିବାକୁ ମିଳିଥିଲା।

ଅନ୍ୟ ପଟେ ଭୁବନେଶ୍ବର ଡ଼ମଣା ଠାରେ ଥିବା ଇଣ୍ଡିଆନ ପେଟ୍ରୋଲ ପମ୍ପରେ ଗତକାଲି ରାତିରୁ ପେଟ୍ରୋଲ ସରିଯାଇଛି। ଆଜି ସକାଳୁ ସକାଳୁ ଲୋକ ମାନେ ପେଟ୍ରୋଲ ପମ୍ପକୁ ଆସି ନିରାଶ ହୋଇ ଫେରିଛନ୍ତି।

ସୂଚନା ଅନୁସାରେ, ଗୋଟିଏ ଦିନରେ ଲୋକେ ତିନି ଦିନର ପେଟ୍ରୋଲ ବୋହି ନେଇଛନ୍ତି । ଯେଉଁ କାରଣରୁ ତେଲର ଅଭାବ ଦେଖିବାକୁ ମିଳିଛି ।

ad-week
Leave A Reply

Your email address will not be published.