ସ୍ୱତନ୍ତ୍ର ଏଡିଜେ କୋର୍ଟରେ ହାଜର ହୋଇ ବାହାରିଲେ ଜୟନାରାୟଣ ମିଶ୍ର

add-all

ଭୁବନେଶ୍ବର: ବିଜେପୁର ଉପନିର୍ବାଚନ ଦିଲେଶ୍ୱର ସାହୁ ହତ୍ୟାକାଣ୍ଡ ଘଟଣା ସହିତ ଅନ୍ୟ ୨ଟି ମାମଲାରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଶୁକ୍ରବାର ଭୁବନେଶ୍ୱରର ସ୍ୱତନ୍ତ୍ର ଏଡିଜେ କୋର୍ଟରେ ହାଜର ହୋଇଛନ୍ତି। ଶ୍ରୀ ମିଶ୍ର  ଭୁବନେଶ୍ୱର ସ୍ବତନ୍ତ୍ର ତୃତୀୟ ଏଡିଜେ କୋର୍ଟରେ ହାଜର ହୋଇଥିଲେ। ସୋହେଲା ଜେଏମ୍‌ଏଫ୍‌ସି କୋର୍ଟରୁ ମାମଲା ଭୁବନେଶ୍ବର ସ୍ବତନ୍ତ୍ର କୋର୍ଟକୁ ସ୍ଥାନାନ୍ତର ହୋଇଥିଲା। ସେ ହାଇକୋର୍ଟରେ ଜାମିନରେ ରହିଥିଲେ। କେବଳ ଔପଚାରିକତା ଦୃଷ୍ଟିରୁ ଏଠି ପୁଣି ଜାମିନ ହେଲା ଏବଂ ଆଗାମୀ ଦିନରେ ଏଠାରେ ଶୁଣାଣି ହେବ। ଏହି ମାମଲା ଅଦାଲତର ବିଚାରାଧୀନ ଅଛି। ଏଥିପାଇଁ ଅଧିକ କିଛି କହିବାକୁ ସେ ମନା କରିଛନ୍ତି।

ସୂଚନାଯୋଗ୍ୟ, ସୂଚନାଯୋଗ୍ୟ, ୨୦୧୮ ଫେବ୍ରୁଆରି ୨୨ ତାରିଖରେ ବରଗଡ଼ ଜିଲ୍ଲା ବିଜେପୁରରେ ଦିଲେଶ୍ବର ହତ୍ୟାକାଣ୍ଡ ଘଟିଥିଲା। ଦିଲ୍ଲେଶ୍ୱର ବରିଷ୍ଠ ରାଜନେତାଙ୍କ ଭାଇଙ୍କ ଗାଡ଼ି ଡ୍ରାଇଭର ମଧ୍ୟ ଥିଲେ। ବିଜେପୁର ଉପନିର୍ବାଚନର ଦୁଇଦିନ ପୂର୍ବରୁ ଏକ ଗୁଳିକାଣ୍ଡ ମାମଲାରେ ତାଙ୍କର ମୃତ୍ୟୁ ହୋଇଥିଲା। ଅଭିଯୋଗ କ୍ରମେ ଜୟନାରାୟଣ ଓ ଅନ୍ୟ ୧୧ ଜଣ ଗିରଫ ମଧ୍ୟ ହୋଇଥିଲେ। ହାଇକୋର୍ଟରୁ ଜୟ ନାରାୟଣ ମିଶ୍ର ସର୍ତ୍ତମୂଳକ ଜାମିନ ପାଇ ସୋହେଲା ଜେଏମ୍‌ଏଫ୍‌ସି କୋର୍ଟରୁ ଜାମିନରେ ଯାଇଛନ୍ତି। କୋର୍ଟ ସମୀର ମହାନ୍ତି ଓ ଅନ୍ୟ ଦୁଇ ଜଣଙ୍କ ନାମରେ ଜାମିନ ବିହୀନ ପରୱାନା ଜାରି କରିଛନ୍ତି।

ad-week
Leave A Reply

Your email address will not be published.