ଖୁବ ଶୀଘ୍ର ଉତ୍‌କେଲା ବିମାନବନ୍ଦରରୁ ଉଡିପାରେ ବିମାନ

add-all

କଳାହାଣ୍ଡି: ଖୁବ ଶୀଘ୍ର ଉତକେଲା ବିମାନବନ୍ଦରରୁ ଉଡ଼ାଣ ନେଇ ମିଳିପାରେ ସବୁଜ ସଙ୍କେତ। ଉତ୍‌କେଲାରୁ ବିମାନ ଉଡ଼ାଣ ନେଇ ଡିଜିସିଏର ୨ଜଣିଆ ଟିମ୍‌ ଆଜି ବିମାନ ବନ୍ଦର ନିରୀକ୍ଷଣ କରିଛି। 2B ବିମାନବନ୍ଦର ଲାଇସେନ୍‌ସ ପାଇଁ ରାଜ୍ୟ ସରକାର ଡିଜିସିଏ ନିକଟରେ ଆବେଦନ କରିଥିଲେ। ଏନେଇ ଡିଜିସିଏର ୨ଜଣିଆ ପ୍ରତିନିଧି ଦଳ ଆଜି ଭୁବନେଶ୍ୱରରୁ ଏକ ସ୍ୱତନ୍ତ୍ର ବିମାନରେ କଳାହାଣ୍ଡିର ଉତ୍‌କେଲା ଠାରେ ପହଞ୍ଚିଥିଲେ।

ବିମାନବନ୍ଦର ସଂପ୍ରସାରଣ ଓ ଭିତ୍ତିଭୂମିର ବିକାଶ ପାଇଁ ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରିଛି ଟିମ୍‌। ପୂର୍ବରୁ ସମସ୍ତ ପ୍ରସ୍ତୁତି ଶେଷ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ଡିଜିସିଏ। ପ୍ରତିନିଧି ଦଳ ସୁରକ୍ଷା ଓ ଆନୁସଙ୍ଗିକ ବ୍ୟବସ୍ଥାର ସମୀକ୍ଷା କରିବା ପରେ ଲାଇସେନ୍‌ସ ପ୍ରଦାନ କରିବେ । ଲାଇସେନ୍‌ସ ମିଳିଲେ ଏପ୍ରିଲ ଏକ ତାରିଖକୁ ଉତ୍‌କେଲାରୁ ବିମାନ ସେବା ଆରମ୍ଭ ହୋଇ ପାରେ।

ad-week
Leave A Reply

Your email address will not be published.