ଅଶ୍ଳୀଳ ଭିଡିଓ ଭାଇରାଲ ହେବାରୁ ଜୀବନ ହାରିଲେ ଛାତ୍ରୀ…

add-all

ଢେଙ୍କାନାଳ: ଢେଙ୍କାନାଳ ଟାଉନ ଥାନା ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା । ୯ମ ଶ୍ରେଣୀ ଛାତ୍ରୀର ଅଶ୍ଳୀଳ ଭିଡିଓ ଭାଇରାଲ ହେବାପରେ ନାବାଳିକା ଆତ୍ମହତ୍ୟା କରିଥିବା ପରିବାର ପକ୍ଷରୁ ଟାଉନ ଥାନାରେ ଅଭିଯୋଗ ହୋଇଛି । ୧୪ ବର୍ଷର ଏହି ଛାତ୍ରୀ ଜଣଙ୍କ ନିଜ ଘରେ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।

ଢେଙ୍କାନାଳର କାଲ ଟାକ୍ସ ଫାଣ୍ଡି ଅଞ୍ଚଳର ଏପରି ଅଘଟଣ ବେଶ ଆଲୋଡନ ସୃଷ୍ଟି କରିଛି। ପରିବାର ଲୋକ ଝୁଲନ୍ତା ଅବସ୍ଥାରେ ଝିଅକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମାତ୍ର ସେତେବେଳକୁ ସମ୍ପୃକ୍ତ ନାବଳିକାଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ଜଣାଇଥିଲେ। ଖବର ପାଇ ଟାଉନ ଥାନା ପୋଲିସ ଚିକିତ୍ସାଳୟରେ ପହଞ୍ଚି ଛାତ୍ରୀଙ୍କ ମୃତଦେହ ଜବତ କରିଛି।

ଭିଡିଓ ଭାଇରାଲ କରିଥିବା ନାବାଳକ ଯୁବକ ଜଣଙ୍କ ଆତ୍ମହତ୍ୟା କରିଥିବା ନାବାଳିକାର ବସ୍ତିର ବୋଲି ଜଣାପଡିଛି। ନାବାଳିକା ଝିଅ ଗାଧୋଇବା ଭିଡ଼ିଓ ଭାଇରାଲ ହେବା ପରେ ଝିଅ ଲୋକଲଜ଼୍ଯା ସହି ନପାରୀ ବେକରେ ଲୁଗା ଲଗାଇ ଆତ୍ମହତ୍ୟା କରିଛି । ଘଟଣାରେ ସଂପୃକ୍ତ ନାବାଳକକୁ ଅଟକରଖି ପଚରାଉଚରା କରିବା ସହ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ad-week
Leave A Reply

Your email address will not be published.