ଜାତୀୟ ପତକାକୁ ଖଲିସ୍ତାନ ସମର୍ଥକଙ୍କ ଅପମାନ, ଚେତାବନୀ ଦେଲା ଭାରତ

add-all

ନୂଆଦିଲ୍ଲୀ : ସୁଧୁରୁ ନାହାନ୍ତି ଖଲିସ୍ତାନ ସମର୍ଥକ। ବ୍ରିଟେନର ଲଣ୍ଡନରେ ଥିବା ଭାରାତୀୟ ହାଇ କମିଶନରେ ଲାଗିଥିବା ତ୍ରିରଙ୍ଗା ପତକାକୁ ଅପମାନ କରାଯାଇଛିି। ଖଲିସ୍ତାନୀ ସମର୍ଥକଙ୍କ ଦ୍ୱାରା ଉକ୍ତ ତ୍ରିରଙ୍ଗା ପତକାକୁ କାଢି ଖଲିସ୍ତାନୀ ପତକା ଲଗାଯାଇଛି। ଏହାକୁ ନେଇ ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଅସନ୍ତୋଷ ବ୍ୟକ୍ତ କରିଛି।
ଭାରତ ଜଣେ ବରିଷ୍ଠ ବ୍ରିଟିଶ କୂଟନୀତିଜ୍ଞଙ୍କୁ ଡକାଇ ଏହି ଘଟଣାରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଜାରି ଏକ ବିବୃତ୍ତିରେ ବ୍ରିଟେନକୁ ହାଇ କମିଶନ ବାହାରେ ସୁରକ୍ଷା ଯୋଗାଇ ଦିଆ ନ ଯିବାର କାରଣ ସମ୍ପର୍କରେ ଜବାବ ଦେବାକୁ କୁହାଯାଇଛି। ମନ୍ତ୍ରଣାଳୟ କହିଛି ଯେ, ବ୍ରିଟେନରେ ଭାରତୀୟ କୂଟନୀତିଜ୍ଞଙ୍କ ସୁରକ୍ଷା ମଧ୍ୟରେ ଭେଦଭାବ ରହିଛି, ଯାହା ସମ୍ପୂର୍ଣ୍ଣ ଗ୍ରହଣୀୟ ନୁହେଁ।
ସୂଚନାଯୋଗ୍ୟ, ରବିବାର ବିଳମ୍ବିତ ରାତିରେ ଖଲିସ୍ତାନ ସମର୍ଥକମାନେ ଲଣ୍ଡନ ସ୍ଥିତ ଭାରତୀୟ ହାଇ କମିଶନଙ୍କୁ ଟାର୍ଗେଟ କରିଥିଲେ। ଏହି ସମୟରେ ତ୍ରିରଙ୍ଗାକୁ ଅପମାନିତ କରାଯାଇଥିଲା ଏବଂ କ୍ୟାମ୍ପସ ପରିସରରେ ଭଙ୍ଗାରୁଜା ମଧ୍ୟ କରାଯାଇଥିଲା। ପଞ୍ଜାବରେ ଖଲିସ୍ତାନୀ ନେତା ଅମ୍ରିତପାଲକୁ ଧରିବା ପାଇଁ ଯେଉଁ ପଦକ୍ଷେପ ନିଆଯାଇଛି ତାକୁ ବିରୋଧ କରି ଖଲିସ୍ତାନ ସମର୍ଥକମାନେ ଏଭଳି କରିଥିବା କୁହାଯାଇଛି।
ସେପଟେ ଏହି ଘଟଣାକୁ ଭାରତରେ ଥିବା ବ୍ରିଟେନା ହାଇ କମିଶନ ଟ୍ୱିଟ୍ କରି ନିନ୍ଦା କରିଛି । ବ୍ରିଟେନ ସରକାର ତୁରନ୍ତ ଅଭିଯୁକ୍ତକୁ ଚିହ୍ନଟ କରି ଗିରଫ କରିବେ ଏବଂ ଘଟଣାରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ବିରୋଧ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଆଶା କରାଯାଉଛି। ଏପରି ଘଟଣା ଆଉ ଯେପରି ପୁନରାବୃତ୍ତି ନହୁଏ ସେଥିପ୍ରତି ଧ୍ୟାନ ରଖିବାକୁ ଭାରତୀୟ ବୈଦେଶିକ ମନ୍ତ୍ରାଳୟ ବ୍ରିଟେନ୍‌କୁ କହିଛି।

ad-week
Leave A Reply

Your email address will not be published.