ମାନସିକ ରୋଗରେ ପୀଡ଼ିତ ଥିଲା ଅଭିଯୁକ୍ତ ଗୋପାଳ ଦାସ, ବିଧାନସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଉତ୍ତର…

add-all

ଭୁବନେଶ୍ୱର : ମାନସିକ ରୋଗରେ ପୀଡ଼ିତ ଥିଲା ନବ ଦାସଙ୍କ ହତ୍ୟାକାରୀ ଅଭିଯୁକ୍ତ ଗୋପାଳ ଦାସ। ବାଇପୋଲାର ଡିସ୍‌ଅର୍ଡରରେ ପୀଡ଼ିତ ଥିବାରୁ ଏଥିପାଇଁ ଚିକିତ୍ସିତ ମଧ୍ୟ ହୋଇଥିଲା। ପ୍ରଥମେ ୬୦ ଦିନ ଓ ପରେ ୧୧୯ ଦିନ ବାଇପୋଲାର ଡିସଅର୍ଡର ପାଇଁ ଚିକିତ୍ସିତ ହୋଇଥିଲା। ଗୋପାଳ ଦାସର ମାନସିକ ରୋଗ ସଂପର୍କୀତ ପ୍ରଶ୍ନରେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ବିଧାନସଭାରେ ଏହା କହିଛନ୍ତି।

ଗୋପାଳ ଚାକିରି କାଳରେ ୨୦୧୪ ଫେବୃଆରୀ ୩ତାରିଖରୁ ଏପ୍ରିଲ ୩ତାରିଖ ୬୦ ଦିନ ଛୁଟିରେ ରହିଥିଲେ। ଏହାକୁ ସେ ନିଜର ମାନସିକ ରୋଗ ଦର୍ଶାଇବା ସହ ବ୍ରହ୍ମପୁର ମେଡିକାଲରେ ଚିକିତ୍ସିତ ହେବାର କାଗଜପତ୍ର ଦାଖଲ କରିଥିଲେ। ସେ ଦାଖଲ କରିଥିବା ଡାକ୍ତରୀ କାଗଜପତ୍ର ଓ ସୁସ୍ଥତା ପ୍ରମାଣପତ୍ର ଆଧାରରେ ତାଙ୍କ ଇଏଲ୍‌ ନିୟମିତ କରାଯିବା ସହ କାର୍ଯ୍ୟରେ ଯୋଗ ଦେବା ପାଇଁ ଅନୁମତି ପ୍ରଦାନ କରାଯାଇଥିଲା।

ପରେ ୨୦୧୫ ଫେବୃଆରୀ ୨୦ ତାରିଖରୁ ୮ଦିନ ସିଏଲ୍‌ରେ ଯାଇଥିଲା ଗୋପାଳ। କିନ୍ତୁ ନିର୍ଦ୍ଦାରିତ ଦିନରେ କାର୍ଯ୍ୟରେ ଯୋଗ ନଦେଇ ୧୧୯ ଦିନ ପରେ ୨୦୧୫ ଜୁନ ୨୮ ତାରିଖରେ ଯୋଗ ଦେଇଥିଲା। ଏହି ସମୟକୁ ମଧ୍ୟ ସେ ନିଜର ମାନସିକ ରୋଗ ଦର୍ଶାଇବା ସହ ବ୍ରହ୍ମପୁର ମେଡିକାଲରେ ଚିକିତ୍ସିତ ହେବାର କାଗଜପତ୍ର ଦାଖଲ କରିଥିଲେ।

ସସସ୍ତ ଛୁଟିକୁ ଇଏଲ ଅନୁମୋଦନ ପାଇଁ ଅନୁରୋଧ କରିଥିଲେ। ଦୁଇଥର ଯାକ ଅନଧିକୃତ ଛୁଟିରେ ଥିବାରୁ ଡାକ୍ତରୀ କାଗଜପତ୍ର ସହ ଫିଟ୍‌ନେସ ସାର୍ଟିଫିକେଟ ମଧ୍ୟ ପ୍ରଦାନ କରିଥିଲେ ବୋଲି ଗୃହ ରାଷ୍ଟ୍ରମନ୍ତ୍ରୀ ବିଧାନସଭାରେ କହିଛନ୍ତି।

ad-week
Leave A Reply

Your email address will not be published.