ରାଜ୍ୟରେ ଆତଙ୍କିତ ହେଲା ଭଳି କୋଭିଡ ସ୍ଥିତି ନାହିଁ : ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ…

add-all

ଭୁବନେଶ୍ବର: ରାଜ୍ୟରେ କୋଭିଡ ସ୍ଥିତି ସଂପର୍କରେ ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର। ସେ କହିଛନ୍ତି, ରବିବାର ରାଜ୍ୟରେ ୧୦ଜଣ କୋଭିଡ ରୋଗୀ ଚିହ୍ନଟ ହୋଇଛନ୍ତି। ଏବେ ଦୈନିକ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ୧୨ରୁ ତଳେ ରହିଛି। ରାଜ୍ୟରେ ମୋଟ ସକ୍ରିୟ ରୋଗୀ ସଂଖ୍ୟା ୫୩ ରହିଛି। ଏଣେ ଓଡ଼ିଶାରେ ଜଣେ କୋଭିଡ ରୋଗୀ ହସ୍ପିଟାଲରେ ଆଡମିସନ ହୋଇଛନ୍ତି।

ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଆହୁରି କହିଛନ୍ତି, ଗତ କିଛି ଦିନ ହେବ ଦେଶର ବିଭିନ୍ନ ରାଜ୍ୟରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଘଟିଛି। କେରଳ, ମହାରାଷ୍ଟ୍ର, ତାମିଲନାଡୁ ଓ ରାଜ୍ୟସ୍ଥାନରେ ମଧ୍ୟ କିଛି ପଜିଟିଭ କେସ ସାମ୍ନାକୁ ଆସିଛି। ସାରା ଦେଶରେ ୬ ହଜାର ୩୦୦ ଆକ୍ଟିଭ କେସ ରହିଛି। ଏବେ ଆତଙ୍କିତ ହେଲା ଭଳି ସ୍ଥିତି ନାହିଁ। ସମସ୍ତ ଜିଲ୍ଲାକୁ ଚିଠି ମାଧ୍ୟମରେ ସଜାଗ କରାଯାଇଛି। ଅଧିକ ଥଣ୍ଡା, କାଶ ଓ ଜ୍ଵର ରୋଗୀମାନଙ୍କର କୋଭିଡ ପରୀକ୍ଷା କରିବାକୁ ମଧ୍ୟ ଜିଲ୍ଲା ଅଧିକାରୀମାନଙ୍କୁ କୁହାଯାଇଛି।

ad-week
Leave A Reply

Your email address will not be published.