ରାଜଧାନୀରେ କୁଆପଥର ସହ ପ୍ରବଳ ବର୍ଷା,ଆଗାମୀ ୨୪ ଘଣ୍ଟାରେ ବର୍ଷା ପାଇଁ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

add-all

ଭୁବନେଶ୍ୱର :ରାଜଧାନୀରେ ବର୍ଷା। କୁଆପଥର ସହ ପ୍ରବଳ ବର୍ଷା। ମଧ୍ୟାହ୍ନରେ ଥିଲା ଖରା। କିନ୍ତୁ ଅପରାହ୍ମରେ ହଠାତ ବଦଳିଗଲା ପାଣିପାଗ। ଆକାଶରେ ମେଘ ଘୋଟିବା ସହ ମାଡି ଆସିଥିଲା ବର୍ଷା। କୁଆପଥର ସହ ହଠାତ ବର୍ଷା ଲୋକଙ୍କୁ ଅସ୍ତବ୍ୟସ୍ତ କରିଦେଇଥିଲା। କେବଳ ଭୁବନେଶ୍ୱର ନୁହେଁ, ପଶ୍ଚିମ ଓଡ଼ିଶା ସହ ବିଭିନ୍ନ ସ୍ଥାନରେ କୁଆପଥର ସହ ବର୍ଷା ହୋଇଛି। ସେପଟେ ଆଗାମୀ ୨୪ ଘଣ୍ଟାରେ ବର୍ଷା ପାଇଁ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।

ad-week
Leave A Reply

Your email address will not be published.