କୁଡୁମୀ ସେନା ପକ୍ଷରୁ ୬ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା…

add-all

ମୟୂରଭଞ୍ଜ : କୁଡୁମୀ ମହାନ୍ତ ସମ୍ପ୍ରଦାୟକୁ ପୁନଃ ଆଦିବାସୀ ମାନ୍ୟତା ଦାବିରେ ଆଜି କୁଡୁମୀ ସେନା ପକ୍ଷରୁ ୬ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା ଦିଆଯାଇଛି। ଏ ନେଇ ଆଜି ସଂଗଠନର କର୍ମକର୍ତ୍ତା ମାନେ ଜିଲ୍ଲା ବିଭିନ୍ନ ସ୍ଥାନରେ ପିକେଟିଂ କରିବା ସହିତ ରାଜରାସ୍ତା ଅବରୋଧ କରି ହରତାଳ କରିଛନ୍ତି। ଯାହାର ପ୍ରଭାବରେ ଜିଲ୍ଲା ଦେଇ ଯାଇଥିବା ୧୮ ନମ୍ବର ଓ ୪୯ ନମ୍ବର ଜାତୀୟ ରାଜପଥ ରେ ଯାତାୟତ ଠପ୍ ହୋଇ ପଡିଛି।

ବନ୍ଦର ପ୍ରଭାବ ବାରିପଦା ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି। ରାଜପଥ ସମେତ ଦୋକାନ ବଜାର ଆଦି ମଧ୍ୟ ବନ୍ଦ ରହିଥିବା ଦେଖିବାକୁ ମିଳିଛି। ବାରିପଦା ପାଲବଣି ଠାରେ କୁଡୁମୀ ସେନାର ରାଜ୍ୟ ସଭାପତି ଜୟମୁନି ମହାନ୍ତଙ୍କ ନେତୃତ୍ବରେ ରାସ୍ତା ଅବରୋଧ କରା ଯାଇଛି। ଆଜିର ଏହି ୬ ଘଣ୍ଟିଆ ବନ୍ଦ ପରେ ବି ଯଦି ସରକାର ଦାବି ପୂରଣ କ୍ଷେତ୍ରରେ ପଦକ୍ଷେପ ନ ନିଅନ୍ତି ତେବେ ଆଗାମି ଦିନରେ ଆନ୍ଦୋଳନ କୁ ତିବ୍ରତର କରାଯିବ ବୋଲି ସଂଗଠନ ପକ୍ଷରୁ ଚେତାବନୀ ଦିଆ ଯାଇଛି।

ad-week
Leave A Reply

Your email address will not be published.