ଗିରଫ ହୋଇପାରନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

add-all

ଆଜି ଗିରଫ ହେବେ ଡୋନାଲ୍ଡ ଟ୍ରମ୍ପ ! ଜଣେ ପର୍ଣ୍ଣ ଷ୍ଟାରଙ୍କୁ କୋଟି କୋଟି ଟଙ୍କା ଦେବା ମାମଲାରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅଡୁଆ ବଢ଼ିଛି। ତାଙ୍କୁ ପୋଲିସ ଯେକୌଣସି ମୁହୂର୍ତ୍ତରେ ଗିରଫ କରିପାରେ । ଏହାରି ଭିତରେ ସୋମବାର ନ୍ୟୁୟର୍କ ପୁଲିସ ଟ୍ରମ୍ପଙ୍କ ସୁରକ୍ଷା ବଢ଼ାଇ ଦେଇଛି।

ସୂଚନା ମୁତାବକ, ୨୦୧୬ରେ ନିର୍ବାଚନର କିଛି ଦିନ ପୂର୍ବରୁ ପର୍ଣ୍ଣଷ୍ଟାର ଷ୍ଟର୍ମି ଡାନିଏଲ ଟ୍ରମ୍ପଙ୍କ ସହ ସଂପର୍କ ନେଇ ସାର୍ବଜନୀନ କରିଥିଲେ। ଏହି ମାମଲାରେ ଷ୍ଟର୍ମି ଡାନିଏଲଙ୍କ ମୁହଁ ବନ୍ଦ କରିବାକୁ ତାଙ୍କୁ ଟ୍ରମ୍ପଙ୍କ ଟିମ୍ ୧ଲକ୍ଷ ୩୦ହଜାର ଡଲାର ଦେଇଥିବା ଅଭିଯୋଗ ହୋଇଛି। ୨୦୦୬ରେ ଷ୍ଟର୍ମି ଡାନିଓଏଲଙ୍କ ସହ ସଂପର୍କରେ ଥିଲେ ଟ୍ରମ୍ପ। କିନ୍ତୁ ୨୦୧୬ରେ ଏହା ସର୍ବସାଧାରଣକୁ ଆସିଥିଲା।

ଟ୍ରମ୍ପଙ୍କ ବିରୋଧରେ ଅପରାଧିକ ମାମଲା ଦାୟର ହେବା ପରେ ତାଙ୍କୁ ଗିରଫ କରିବାକୁ ପ୍ରସ୍ତୁତ ହେଉଛି। ଟ୍ରମ୍ପଙ୍କ ଗିରଫ ପୂର୍ବରୁ ଆମେରିକାର ବଡ଼ ବ଼ଡ ସହରରେ ହାଇ ଆଲର୍ଟରେ ପୋଲିସ। ସେପଟେ ଗିରଫ ଆଶଙ୍କା ମଧ୍ୟରେ ଟ୍ରମ୍ପ ନିଜ ସମର୍ଥକଙ୍କ ନିକଟକୁ ଇ-ମେଲ୍ ପଠାଇଛନ୍ତି। ଏହା ସମ୍ଭବତଃ ତାଙ୍କ ଦ୍ୱାରା ଲିଖିତ ଶେଷ ଚିଠି ବୋଲି ସେ ଉଲ୍ଲେଖ କରିଛନ୍ତି। ଟ୍ରମ୍ପଙ୍କ ସମର୍ଥକ ମାନେ ଦେଶବ୍ୟାପୀ ଷ୍ଟ୍ରାଇକର ଡାକରା ଦେଇଛନ୍ତି। ଏଥିପାଇଁ ଆଇନଶୃଙ୍ଖଳା ପରିସ୍ଥିତିକୁ ଧ୍ୟାନରେ ରଖି ନ୍ୟୁୟର୍କର ମ୍ୟାନହଟନ କୋର୍ଟରେ କଡା ସୁରକ୍ଷା ବ୍ୟବସ୍ଥା କରାଯିବା ସହ ବ୍ୟାରିକେଡ କରାଯାଇଛି। ୨୦୨୪ରେ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରେ ଥିବାରୁ ଏହା ଟ୍ରମ୍ପଙ୍କ ପାଇଁ ଚ୍ୟାଲେଞ୍ଜ ପାଲଟିଛି।

ad-week
Leave A Reply

Your email address will not be published.