୨୮ ଯାଏ ବର୍ଷା ସମ୍ଭାବନା, ୮ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି…

add-all

ଭୁବନେଶ୍ୱର : ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ୨୮ ଯାଏ ବର୍ଷା ସମ୍ଭାବନା । ରାଜ୍ୟର ଏକାଧିକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ଆଜି ପାଇଁ ୮ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି। ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କନ୍ଧମାଳ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ତା ସହ ଗଜପତି, ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ହୋଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଗତ ୨୪ ଘଣ୍ଟାରେ ବରଗଡ଼ରେ ୩୦ ମି.ମି ବର୍ଷା ରେକର୍ଡ କରାଯାଇଛି।

ଆସନ୍ତାକାଲି ଠାରୁ ବର୍ଷାର ପ୍ରଭାବ ସେତେ ରହିବ ନାହିଁ। କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ୨୬ରୁ ବର୍ଷାର ପରିମାଣ ବୃଦ୍ଧି ପାଇବ। ବିଜୁଳି ଘଡଘଡି ଜନିତ ବର୍ଷା ସହ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ୨୬ତାରିଖ ପାଇଁ ଉପକୂଳ ଓଡିଶାକୁ ୱାର୍ଣ୍ଣିଂ ଜାରି କରାଯାଇଛି। ଖୋର୍ଦ୍ଧା , ନୟାଗଡ଼, ଗଞ୍ଜାମ ଓ ଗଜପତି ଓ ଦକ୍ଷିଣରେ ମାଲକାନାଗିରି ,କୋରାପୁଟ, ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି, କନ୍ଧମାଳ, ରାୟଗଡା, ସୁନ୍ଦରଗଡ଼, ମୟୂରଭଞ୍ଜ , ବାଲେଶ୍ଵର, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ବିଜୁଳି ଘଡ଼ଘଡି ସହ ବର୍ଷା ହେବ। ତା ସହ ପବନର ବେଗ ୩୦ରୁ ୪୦ କିଲୋମିଟର ରହିବ। ଏହାର ପ୍ରଭାବ ୨୭ ତାରିଖରେ ମଧ୍ୟ ରହିବ । ଖାସ କରି ଉପକୂଳ ଓଡ଼ିଶାରେ ରାଜ୍ୟରେ ତାପମାତ୍ରା ସ୍ୱାଭାବିକଠାରୁ ୨ରୁ ୩ ଡ଼ିଗ୍ରୀ କମ୍‌ ରହିଛି। ଦୁଇ ଦିନ ମଧ୍ୟରେ ତାପମାତ୍ରା ସ୍ୱାଭାବିକ ହେବ । ଏହା ସହ ସାମାନ୍ୟ ଗରମ ଅନୁଭୂତ ହେବ ।

ad-week
Leave A Reply

Your email address will not be published.