ଗୃହ କମିଟି ବୋଡେନ ଯାଇ ରିପୋର୍ଟ ଦାଖଲ କରିବାକୁ କଂଗ୍ରେସ ବିଧାୟକ ଦଳ ନେତାଙ୍କ ଦାବି…

add-all

ଭୁବନେଶ୍ବର: ଶୂନ୍ୟକାଳରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଆଦିବାସୀଙ୍କ ଉପରେ ପୁଲିସର ଅତ୍ୟାଚାର ପ୍ରସଙ୍ଗ ଉଠାଇଥିଲେ। ସେ କହିଥିଲେ, ବୋଡେନ ଗାଁରେ ଗୋଟେ ପଟେ ମାଓବାଦୀଙ୍କ ଭୟ, ଅନ୍ୟପଟେ ପୁଲିସର ଅତ୍ୟାଚାର ଭୟରେ ଗାଁ ଛାଡ଼ୁଛନ୍ତି ଲୋକେ। ଅଶିକ୍ଷିତ – ଗରିବ – ଆଦିବାସୀଙ୍କୁ ପୁଲିସ କଲିକତା ନେବା ପରେ ଏବେ ଭୁବନେଶ୍ୱରରେ ହାଜର ହେବାକୁ କହୁଛି।

ନୂଆପଡ଼ା ବୋଡେନରେ ମାଓବାଦୀ ତିନି ଜଣ ସିଆରପିଏଫ ପୁଲିସଙ୍କୁ ହତ୍ୟା କରିଥିଲେ। ଏହି ଅଭିଯୋଗରେ ପୁଲିସ ବୋଡେନ ଗାଁକୁ ଯାଇ ସାକ୍ଷୀ ପ୍ରମାଣ ଯୋଗାଡ଼ ନକରି ଗାଁର ଲୋକମାନଙ୍କୁ ଥାନାରେ ହଜାର ହେବାକୁ ନୋଟିସ ଦେଲେ। ଥାନାରେ ହଜାର ହେବା ପରେ ସେମାନଙ୍କୁ ବୋଡେନ ଥାନାରେ ୫୦ ହଜାର ଟଙ୍କା ଅର୍ଥ ଲୋଭ ଦିଆଯାଇଥିଲା। ତଥାପି ସେମାନେ ଘଟଣା ସମ୍ପର୍କରେ କିଛି ଜାଣି ନଥିବା କଥା କହିଥିଲେ। ଏହାପରେ ବି ସେମାନଙ୍କୁ ପୁଣି ପଚାରାଉଚରା କରିବା ପାଇଁ ଏନଆଇଏ କଲିକତା ନେଇଥିଲେ। ସେଠି ସେମାନଙ୍କୁ ଅତ୍ୟାଚାର କରାଯାଇଥିଲା। ଘଟଣା ସମ୍ପର୍କରେ ସେମାନେ କିଛି ଜାଣି ନଥିବା କହିବା ପରେ ବି ସେମାନଙ୍କୁ କଲିକତା ନେଇ ଅତ୍ୟାଚାର କରାଯାଇଛି।

ଯଦି ପୁଲିସ ଏଭଳି ଭାବରେ ପୋଲିସ ନିରୀହ ଆଦିବାସୀଙ୍କ ଉପରେ ଏଭଳି ଅତ୍ୟାଚାର କରେ, ତାହାଲେ ମାଓବାଦୀ ଚିନ୍ତାଧାରାକୁ ଦମନ କରିବା ପାଇଁ ସରକାର ଯେଉଁ ଚିନ୍ତା କରୁଛନ୍ତି ତାହା ଫଳପ୍ରଦ ହେବ ନାହିଁ। ଗୋଟେ ପଟେ ମାଓବାଦୀର ଭୟ ଅନ୍ୟପଟେ ପୁଲିସର ଅତ୍ୟାଚାର ଭୟରେ ଗାଁ ଛାଡ଼ୁଛନ୍ତି ଆଦିବାସୀ ଲୋକେ। ତେଣୁ ଏହାର ପ୍ରତିବାଦ କରାଯାଇଥିଲେ ବି ଓଡ଼ିଶା ପୁଲିସ ନିରବଦ୍ରଷ୍ଟା ସାଜିଛି। ତେଣୁ ତୁରନ୍ତ ବିଧାନସଭାରେ ଏକ ଗୃହ କମିଟି ଗଠନ କରାଯାଇ ଘଟଣାସ୍ଥଳକୁ ଯାଇ ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ଦାବି କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର।

ad-week
Leave A Reply

Your email address will not be published.