ମୁଁ ଭୟଭୀତ ନୁହେଁ, ସତ୍ୟ ପାଇଁ ସଂଗ୍ରାମ ଜାରି ରଖିବି: ରାହୁଲ୍‌ ଗାନ୍ଧୀ

add-all

ନୂଆଦିଲ୍ଲୀ: ମୁଁ ଭୟଭୀତ ନୁହେଁ, ଅଯୋଗ୍ୟତାକୁ ଅଥବା ଜେଲ୍‌ ଯିବାକୁ ପରବାୟ କରେନା ବୋଲି ଶୁକ୍ରବାର ଦିନ ଲୋକସଭା ସଦସ୍ୟତା ପଦରୁ ଅଯୋଗ୍ୟ ‌ଘୋଷିତ ହେବା ପରେ ଆଜି ଡକାଇଥିବା ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀ କହିଛନ୍ତି।

ସେ କହିଛନ୍ତି, ମୁଁ ଭୀତତ୍ରସ୍ତ ନୁହେଁ କି, ଅଯୋଗ୍ୟତାକୁ ପରବାୟ କରେନା। ମୁଁ ପ୍ରଧାନମନ୍ତ୍ରୀ ମୋଦୀ ଓ ଆଦାନିଙ୍କ ସମ୍ପର୍କ ବିଷୟରେ ପ୍ରଶ୍ନ ପଚାରିବା ଜାରି ରଖିବି। ସତ୍ୟ ପାଇଁ ସଂଗ୍ରାମ ଚଳାଇବି।  ଏବେ ଏହା ମୋ ଜୀବନର ସଙ୍କଳ୍ପ ହୋଇଯାଇଛି।

ଆଦାନି ପ୍ରସଙ୍ଗ ଉଠାଇ ସେ ଆହୁରି ମଧ୍ୟ କହିଛନ୍ତି, ମୋର ପରବର୍ତ୍ତୀ ଭାଷଣକୁ ପ୍ରଧାନମନ୍ତ୍ରୀ ଡରୁଥିବା କାରଣରୁ ମତେ ଅଯୋଗ୍ୟ ଘୋଷଣା କରାଯାଇଛି। ମୋର କର୍ତ୍ତବ୍ୟ ହେଉଛି ଦେଶର ଗଣତନ୍ତ୍ରର ସ୍ବଭାବର ସୁରକ୍ଷା କରିବା। ଏହାର ଅର୍ଥ ଦେଶର ପ୍ରତିଷ୍ଠାନଗୁଡ଼ିକୁ ସୁରକ୍ଷା ଦେବା, ଦେଶର ଗରିବ ଅଧିବାସୀଙ୍କ ମତକୁ ସୁରକ୍ଷା ଦେବା ଏବଂ ପ୍ରଧାନମନ୍ତ୍ରୀଙ୍କ ସହିତ ଥିବା ସମ୍ପର୍କରୁ ଫାଇଦା ଉଠାଉଥିବା ଆଦାନିଙ୍କ ଭଳି ଲୋକଙ୍କ ବିଷୟରେ ଜନସାଧାରଣଙ୍କୁ ସତ କଥା କହିବା।

ଇଂଲଣ୍ଡ୍‌ରେ ‘ଗଣତାନ୍ତ୍ରିକ’ ଓ ୨୦୧୯ ‘ମୋଦୀ’ ସାଙ୍ଗିଆ ଉପରେ ଦେଇଥିବା ଟିପ୍ପଣୀ ନିମନ୍ତେ କ୍ଷମାଭିକ୍ଷା ମାଗିବାକୁ ‘ବିଜେପି’ କହୁଥିବା କଥା ପଚାରିବାରୁ ରାହୁଲ୍‌ କହିଲେ, ରାହୁଲ୍‌ ଗାନ୍ଧୀଙ୍କର ମନେହୁଏ, ସେ ବୀର ସାବର୍‌କର୍‌ ନୁହନ୍ତି। ଗାନ୍ଧୀ କାହାକୁ କ୍ଷମା ମାଗେ ନାହିଁ।

ନିର୍ବାଚନ ମଣ୍ଡଳୀ କଥା ପଚରାଯିବାରୁ ସେ କହିଲେ, ୱାୟନାଡ଼ ଜନସାଧାରଣଙ୍କ ସହିତ ସେ ପରିବାର ଭଳି ସମ୍ପର୍କ ରକ୍ଷା କରିଛନ୍ତି। ମୁଁ ୱାୟନାଡ଼ ଜନତାଙ୍କୁ ଚିଠିଟିଏ ଲେଖିବି। ମୋଦୀଜୀ ‘ବିଜେପି’ ନେତାମାନଙ୍କୁ କହିଛନ୍ତି ଯେ, ଆପଣମାନଙ୍କୁ ଧ୍ୟାନ ହଟାଇବାକୁ ପଡ଼ିବ। ସେମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭୟ କରୁଛନ୍ତି।

ସୂଚନାଯୋଗ୍ୟ, ମୋଦୀ ସାଙ୍ଗିଆଧାରୀଙ୍କୁ ଚୋର କହିଥିବା ଅଭିଯୋଗରେ ଶୁକ୍ରବାର ଦିନ କେରଳର ୱାୟନାଡ଼ର ଲୋକସଭା ସାଂସଦ ରାହୁଲ୍‌ ଗାନ୍ଧୀଙ୍କୁ ଗୁଜରାଟର ସୁରତ ଜିଲ୍ଲା ଅଦାଲତ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ ଜେଲ୍‌ ଦଣ୍ଡାଦେଶ ଓ ୧୫୦୦୦ ଟଙ୍କା ଜରିମାନା କରିଥିଲେ।

ad-week
Leave A Reply

Your email address will not be published.