ଉମେଶ ପାଲ ହତ୍ୟାକାଣ୍ଡ: ଅଭିଯୁକ୍ତକୁ ସାବରମତୀ ଜେଲ୍‌ରୁ ପ୍ରୟାଗରାଜ ନେବ ପୁଲିସ

add-all

ଲକ୍ଷ୍ନୌ : ଉତ୍ତରପ୍ରଦେଶର ପ୍ରୟାଗରାଜରେ ହୋଇଥିବା ବହୁ ଚର୍ଚ୍ଚିତ ଉମେଶ ପାଲ ହତ୍ୟାକାଣ୍ଡର ଅନ୍ୟତମ ଅଭିଯୁକ୍ତ ଓସମାନ ଚୌଧୁରୀକୁ ନିକଟରେ ଏନକାଉଣ୍ଟର କରିଛି ପୁଲିସ୍‌। ଓସମାନ ହିଁ ପ୍ରଥମେ ଉମେଶ ପାଲକୁ ଗୁଳି ମାରିଥିବା ଜଣାଯାଇଛି। ତେବେ ଉମେଶ ପାଲ୍‌ଙ୍କ ଅନ୍ୟତମ ହତ୍ୟା ଅଭିଯୁକ୍ତ ଆତିକ୍‌ ଅହମଦ୍‌ଙ୍କୁ ଗୁଜରାଟର ସାବରମତୀ ଜେଲ୍‌ରୁ ପୁଲିସ ଭ୍ୟାନ୍‌ରେ ସଡ଼କ ପଥ ଦେଇ ପ୍ରୟାଗରାଜକୁ ନିଆଯିବ ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି। ଆଜି ଅପରାହ୍ଣ ୩ଟାରେ ଉତ୍ତର ପ୍ରଦେଶ ପୁଲିସ ଗୁଜରାଟ ଜେଲ୍‌ ପରିସର ଛାଡ଼ିବ ବୋଲି ମଧ୍ୟ ଉପରୋକ୍ତ ସୂତ୍ର ସୂଚନା ଦେଇଛି। ଏହା ପୂର୍ବରୁ ପୁଲିସ ଆତିକ୍‌ଙ୍କ ସ୍ୱାସ୍ଥ୍ୟର ଡାକ୍ତରୀ ପରୀକ୍ଷା କରାଇବ। ସମ୍ପ୍ରତି ଗୁଜରାଟ କାରାଗାରରେ ଥିବା ଅହମଦ୍‌ ହେଉଛନ୍ତି ୨୦୦୫ରେ ସଙ୍ଗଠିତ ‘ବିଏସ୍‌ପି’ ବିଧାୟକ ରାଜୁ ପଟେଲ୍‌ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ। ଏହାଛଡ଼ା, ଏହି ହତ୍ୟାକାଣ୍ଡର ପ୍ରମୁଖ ସାକ୍ଷୀ ଉମେଶ ପଲ୍‌ଙ୍କୁ ହତ୍ୟା କରାଯିବା ଘଟଣାରେ ମଧ୍ୟ ଅହମଦ୍‌ ‌ଓ ତାଙ୍କ ସହ‌ଯୋଗୀମାନଙ୍କୁ ଅଭିଯୁକ୍ତ କରାଯାଇଛି।ଅହମଦ୍‌ଙ୍କୁ ମଧ୍ୟପ୍ରଦେଶର ଶିବପୁରୀ ଓ ଉତ୍ତର ପ୍ରଦେଶର ଝାନ୍‌ସୀ ଦେଇ ନେବା ପାଇଁ ପୁଲିସ ରାସ୍ତା ନିରୂପଣ କରିଛି। ଆଜି ସକାଳେ ପ୍ରୟାଗରାଜ ପୁଲିସର ଏକ ଟିମ୍‌ ଗୁଜରାଟ ଜେଲ୍‌ରେ ପହଞ୍ଚି ଅହମଦ୍‌ଙ୍କୁ ସ୍ଥାନାନ୍ତରଣ କରିବା ପାଇଁ ବିସ୍ତୃତ ଯୋଜନା କରିଥିଲା।
ଏହି ସଡ଼କ ପଥରେ ସ୍ଥାନାନ୍ତରଣ ଯାତ୍ରା ପାଇଁ ୩୬ ଘଣ୍ଟା ସମୟ ଲାଗିବ ବୋଲି ପୁଲିସ କହିଛି।
ପୂର୍ବରୁ ଉତ୍ତର ପ୍ରଦେଶ ପୁଲିସ କହିଥିଲା ଯେ, ଆତିକ୍‌ ଅହମଦ୍‌ଙ୍କ ପରିବାରର ସଦସ୍ୟମାନଙ୍କ ନାଁରେ ୧୬୦ରୁ ଅଧିକ ଅପରାଧିକ ମାମଲା ରୁଜୁ ହୋଇଛି। କେବଳ ଆତିକ୍‌ଙ୍କ ନାଁରେ ୧୦୦ଟି ମାମଲା ରହିଥିବା ବ‌େଳେ ତାଙ୍କ ଭାଇ ଅଶ୍‌ରଫ୍‌ଙ୍କ ନାଁରେ ୫୨ଟି, ପତ୍ନୀ ଶୈସତା ପର୍‌ୱିନ୍‌ ନାଁରେ ୩ଟି, ପୁଅ ଅଲି ଓ ଉମର୍‌ ଅହମଦ୍‌ ନାଁରେ ଯଥାକ୍ରମେ ୪ ଓ ୧ଟି ମାମଲା ରହିଛି।

ad-week
Leave A Reply

Your email address will not be published.