ପୁଣି ବଢ଼ିଲାଣି କରୋନା ସଂକ୍ରମଣ, ଦିନକରେ ୧୮ ଶହରୁ ଅଧିକ ଆକ୍ରାନ୍ତ ଚିହ୍ନଟ

add-all

ନୂଆଦିଲ୍ଲୀ : ମହାମାରୀ କରୋନା ଭାଇରସ ସଂକ୍ରମଣ ଦେଶରେ ଧୀରେଧୀରେ ତା’ର କୟା ବିସ୍ତାର କରିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଆଉ ୧୮୦୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୦,୩୦୦କୁ ବୃଦ୍ଧି ପାଇଛି।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁସାରା ଦେଶର ଦୈନିକ ପଜିଟିଭିଟି ରେଟ ଏବେ ୩.୧୯% ରହିଛି। ୨୪ ଘଣ୍ଟାରେ ଜଣେ ଲେଖାଏ କରୋନା ଆକ୍ରାନ୍ତ ଚଣ୍ଡିଗଡ଼, ଗୁଜରାଟ, ହିମାଚଳ ଓ ଉତ୍ତର ପ୍ରଦେଶରେ ପ୍ରାଣ ହରାଇଛନ୍ତି। ବର୍ତ୍ତମାନ ସୁଦ୍ଧା ୨୨୦.୬୫ କୋଟି ଡୋଜ୍‌ର ଟିକାକରଣ ହୋଇଛି। ରବିବାର ମୋଟ ୫୬,୫୫୧ ନମୁନା ଟେଷ୍ଟ କରାଯାଇଥିଲା।
ମହାରାଷ୍ଟ୍ରରେ ସବୁଠାରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ମୋଟ ୩୯୭ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭି। ଏହା ଦେଶରେ ସର୍ବାଧିକ। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୮୧,୪୧,୮୫୪କୁ ବୃଦ୍ଧି ପାଇଛି। କେହି ବି ରବିବାର ମହାରାଷ୍ଟ୍ରରେ କରୋନା ଯୋଗୁ ପ୍ରାଣ ହରାଇ ନାହାନ୍ତି। ମହାରାଷ୍ଟ୍ର ବ୍ୟତୀତ ତେଲେଙ୍ଗେନା, ଉତ୍ତର ପ୍ରଦେଶ, ଗୁଜରାଟ ଓ ହିମାଚଳ ପ୍ରଦେଶରେ ମଧ୍ୟ ସଂକ୍ରମଣ ବୃଦ୍ଧି ପାଉଛି।

ad-week
Leave A Reply

Your email address will not be published.