ଜିଲ୍ଲା ମାନ୍ୟତା ଦାବି ନେଇ ୧୨ ଘଣ୍ଟିଆ ଭଞ୍ଜନଗର ବନ୍ଦ

add-all

ଭଞ୍ଜନଗର: ଆଜି ୧୨ ଘଣ୍ଟିଆ ଭଞ୍ଜନଗର ବନ୍ଦ। ଘୁମୁସରକୁ ଜିଲ୍ଲା ମାନ୍ୟତା ଦାବିରେ ଡାକରା ଦିଆଯାଇଥିଲା । ଘୁମୁସର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ ପାଇଁ ଆହ୍ୱାନ ଦିଆଯାଇଥିଲା । ବନ୍ଦ ଡାକରା ଯୋଗୁ ବସ୍ ଚଳାଚଳ ଓ ଗାଡ଼ି ଚଳାଚଳ ବନ୍ଦ ରହିଥିଲା। ଏହାସହ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଥିଲା। ଆଜି ସକାଳେ ଆନ୍ଦୋଳକାରୀମାନେ ପିକେଟିଂ କରି ଗାଡ଼ି ଚଳାଚଳ ବନ୍ଦ କରିଥିଲେ।

ଘୁମୁସରକୁ ୩୦ବର୍ଷ ଜିଲ୍ଲା ମାନ୍ୟତା ପାଇଁ ଦାବି ହୋଇ ଆସୁଛି। ହେଲେ ଘୁମୁସରକୁ ଜିଲ୍ଲା ମାନ୍ୟତା ମିଳିନାହିଁ। ଏହାରି ପ୍ରତିବାଦରେ ଆଜି ୧୨ ଘଣ୍ଟିଆ ଭଞ୍ଜନଗର ବନ୍ଦ ଡାକରା ଦିଆଯାଇଥିଲା ।

ad-week
Leave A Reply

Your email address will not be published.