ରେଳ ଧାରଣାରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

add-all

ଟାଙ୍ଗୀ : ରେଳ ଧାରଣା ପାର୍ଶ୍ୱରୁ ଅଜଣା ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁଦେହ ଉଦ୍ଧାର। ଆଜି ସକାଳୁ ଖୋର୍ଦ୍ଧା ରେଳ ମଣ୍ଡଳ ଅଧିନ ମୁକ୍ତେଶ୍‌ର ରେଳ ଷ୍ଟେସନ ଅନତି ଦୂରରେ ୨ଟି ରେଳ ଧାରଣା ମଧ୍ୟ ଭାଗରେ ଜଣେ ଅଜଣା ବୟସ୍କ ବ୍ୟକ୍ତିଙ୍କ ମୃତଦେହ ଦେଖିବାକୁ ପାଇଥିଲେ ସ୍ଥାନୀୟ ବାସିନ୍ଦା ।

ଖବରପାଇବା ପରେ ଘଟଣା ସ୍ଥଳରେ ଭିଡ଼ ଦେଖିବାକୁ ମିଳିଛି। ମୃତକ ନୀଳ ରଙ୍ଗର ଜିନ ପ୍ଯାଣ୍ଟ ଓ ଧଳା ରଙ୍ଗର ଚେକ ଶାର୍ଟ ପିନ୍ଧିଛନ୍ତି । ଏହି ବ୍ୟକ୍ତିଙ୍କର ମୃତ୍ୟୁ କେମିତି ଓ କାହିଁକି ହୋଇଛି। ତାହା ଏ ପର୍ଯ୍ଯନ୍ତ ସ୍ପଷ୍ଟ ହୋଇନାହିଁ । ତାଙ୍କର ଆଣ୍ଠୁ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ରେଳବାଇ ପୋଲିସ ର ତଦନ୍ତ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରିବ।

ad-week
Leave A Reply

Your email address will not be published.