ପଲାନିସ୍ୱାମୀ ହେଲେ ଏଆଇଏଡିଏମ୍‌କେର ସାଧାରଣ ସଂପାଦକ…

add-all

ନୂଆଦିଲ୍ଲୀ: ମାଡ୍ରାସ ହାଇକୋର୍ଟ ପନିର୍‌ସେଲ୍‌ଭମ୍‌ (ଓପିଏସ୍)ଙ୍କ ଗୋଷ୍ଠୀ ପକ୍ଷରୁ ଦଳର ସାଧାରଣ ସଂପାଦକ ନିର୍ବାଚନ ଫଳାଫଳ ଉପରେ ରହିତାଦେଶ ଆବେଦନକୁ ଗ୍ରହଣ କରିବାକୁ ମନା କରିବା ପରେ ଏଡାପଡ୍ଡି କରୁପା ପଲାନିସ୍ୱାମୀ (ଇପିଏସ୍) ଏଆଇଏଡିଏମ୍‌କେର ସାଧାରଣ ସମ୍ପାଦକ ଭାବରେ ନିର୍ବାଚିତ ହୋଇଛନ୍ତି।
ଜିତିବା ପରେ ଇପିଏସ୍ ଚେନ୍ନାଇର ଜୟା ମେମୋରିଆଲ୍ ପରିଦର୍ଶନ କରିବାକୁ ଯାଇଥିଲେ। ତାଙ୍କୁ ସର୍ବସମ୍ମତି କ୍ରମେ ନିର୍ବାଚିତ କରିଥିବା ଦଳର ନେତାମାନଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି। ନେତାଙ୍କ ସ୍ୱପ୍ନକୁ ପୂରଣ କରି ଅନେକ ଅସୁବିଧା ପରେ ମୁଁ ସାଧାରଣ ସମ୍ପାଦକ ପଦ ଜିତିଛି ବୋଲି ସେ କହିଛନ୍ତି।
ଜୁଲାଇ ୧୧ ତାରିଖରେ ଏଆଇଏଡିଏମ୍‌କେ ସାଧାରଣ ପରିଷଦ ସଂକଳ୍ପ ଏବଂ ସାଧାରଣ ସଚିବ ନିର୍ବାଚନ ବିରୋଧରେ ଓ ପନିରସେଲଭମ୍ ଏବଂ ତାଙ୍କ ସମର୍ଥକ ପିଏଚ୍‌ ମନୋଜ ପାଣ୍ଡିଆନ୍, ଆର ଭାତଲିଙ୍ଗମ୍, ଏବଂ ଜେସିଡି ପ୍ରଭାକରଙ୍କ ଦ୍ୱାରା ଦାଖଲ ହୋଇଥିବା ମଧ୍ୟବର୍ତ୍ତୀକାଳୀନ ଆବେଦନକୁ ଜଷ୍ଟିସ୍ କେ କୁମାରେଶ ବାବୁ ମଙ୍ଗଳବାର ପ୍ରତ୍ୟାଖ୍ୟାନ କରିଛନ୍ତି।

ଗତ ଶନିବାର ଏକ ବିବୃତିରେ ଓପିଏସ୍-ଗୋଷ୍ଠୀ କହିଛି, ‘ଏଆଇଏଡିଏମକେ ପକ୍ଷରୁ ସାଧାରଣ ସମ୍ପାଦକ ପଦ ପାଇଁ ନିର୍ବାଚନ ଘୋଷଣା କରାଯାଇଥିଲା, ଯାହାକି ବେଆଇନ ଅଟେ। ଆମେ ଏହା ବିରୋଧରେ ମାଡ୍ରାସ୍ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଛୁ। ଯାହାର ଶୁଣାଣି ରବିବାର ହେବ।’

ଏହି ବିବୃତିରେ ଆହୁରି ମଧ୍ୟ କୁହାଯାଇଥିଲା, ‘କିଛି ଲୋକ ଖବର ପ୍ରଚାର କରୁଛନ୍ତି ଯେ ଏଆଇଏଡିଏମକେ ସଂଯୋଜକ ଓ ପନିର୍‌ସେଲ୍‌ଭମ୍‌ ମଧ୍ୟ ସାଧାରଣ ସମ୍ପାଦକ ପଦ ପାଇଁ ନାମାଙ୍କନ ଦାଖଲ କରିଛନ୍ତି। ଏହା କେବଳ ଦ୍ୱନ୍ଦ୍ୱ ସୃଷ୍ଟି କରୁଛି। ଏହା ସମ୍ପୂର୍ଣ୍ଣ ମିଥ୍ୟା ଖବର।’

ad-week
Leave A Reply

Your email address will not be published.