ଡିଡିୟୁ-ଜିକେୱାଇ ଅଧୀନରେ ଗ୍ରାମାଞ୍ଚଳରେ ୩୧୦୬୭ ଚାକିରି ସୃଷ୍ଟି ହେବ

add-all

ନୂଆଦିଲ୍ଲୀ: ଗ୍ରାମାଞ୍ଚଳରେ ନିଯୁକ୍ତିକୁ ପ୍ରୋତ୍ସାହିତ କରିବା ପାଇଁ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ୧୯ ଜଣ କ୍ୟାପ୍ଟିଭ୍ ନିଯୁକ୍ତିଦାତାଙ୍କ ସହ ଏକ ବୁଝାମଣା ପତ୍ର (ଏମ୍‌ଓୟୁ) ସ୍ୱାକ୍ଷର କରିବେ। ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା ଅଧୀନରେ ଗ୍ରାମାଞ୍ଚଳର ୩୧,୦୬୭ ଗରିବ ଯୁବକଙ୍କୁ ତାଲିମ ଏବଂ ଉପଯୁକ୍ତ ନିଯୁକ୍ତି ପ୍ରଦାନ କରିବାର ଲକ୍ଷ୍ୟ ରହିଛି। ଏଥିରେ ସର୍ବନିମ୍ନ ବେତନ ପ୍ରତି ମାସରେ ୧୦,୦୦୦ ଟଙ୍କା ଯାହାକି ସର୍ବନିମ୍ନ ୬ ମାସ ପାଇଁ ରହିଛି।
ଆସନ୍ତାକାଲି ନୂଆଦିଲ୍ଲୀରେ ହେବାକୁ ଥିବା ବୁଝାମଣାପତ୍ର ସ୍ୱାକ୍ଷର ସମାରୋହରେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ତଥା ପଞ୍ଚାୟତିରାଜ ମନ୍ତ୍ରୀ ଗିରିରାଜ ସିଂ ମୁଖ୍ୟଅତିଥି ଭାବେ ଯୋଗଦେବେ। ଏହି ଅବସରରେ ସେ ଡିଡିୟୁ-ଜିକେୱାଇ ଅଧୀନରେ ତାଲିମ ପାଇଥିବା କିଛି ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ମଧ୍ୟ ବଣ୍ଟନ କରିବେ।
ଗୋଟିଏ ପଟେ ଶିଳ୍ପର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆରଟିଡି (ନିଯୁକ୍ତି, ତାଲିମ ଏବଂ ନିୟୋଜନ) ମଡେଲକୁ ବିକଶିତ କରାଯାଇଛି ଏବଂ ଅନ୍ୟ ପଟେ ଗ୍ରାମାଞ୍ଚଳର ଯୁବକମାନଙ୍କ ପାଇଁ ସ୍ଥାୟୀ ସ୍ଥାନ ସୁନିଶ୍ଚିତ କରାଯାଇଛି।
ଗ୍ରାମୀଣ ଗରିବ ଯୁବକଙ୍କ ପାଇଁ ଏହି ମଡେଲ୍ ଅତ୍ୟନ୍ତ ସହାୟକ ହେବ। ସର୍ବନିମ୍ନ ୭୦% ତାଲିମପ୍ରାପ୍ତ ପ୍ରାର୍ଥୀଙ୍କୁ ୬ ମାସ ଅବଧି ପାଇଁ ସର୍ବନିମ୍ନ ବେତନ ଟ.୧୦,୦୦୦ ଓ ୬ ମାସରୁ ଅଧିକ ତାଲିମ ପାଠ୍ୟକ୍ରମ ପାଇଁ ଟ.୧୨,୦୦୦ ପ୍ରଦାନ କରାଯିବ।

ad-week
Leave A Reply

Your email address will not be published.