ସାବରକର ମନ୍ତବ୍ୟ ନେଇ ସଞ୍ଜୟଙ୍କୁ ଭେଟିଲେ ରାହୁଲ

add-all

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ରଦ୍ଦ ସହ ଆଦାନୀ ମାମଲାରେ ଜେପିସି ତଦନ୍ତ ଦାବି ନେଇ ଉଭୟ ଗୃହରେ ବିରୋଧୀଙ୍କ ଆନ୍ଦୋଳନ ଥମିବାର ନାମ ନେଉନାହିଁ। ଅନ୍ୟପଟେ ଲୋକସଭା ସଦସ୍ୟତା ରଦ୍ଦ ହେବା ପରେ ରାହୁଲ ଆଜି ପ୍ରଥମ ଥର ପାଇଁ ସଂସଦରେ ପହଞ୍ଚିଛନ୍ତି। ସିପିପି କାର୍ଯ୍ୟାଳୟରେ ଲୋକସଭା ଓ ରାଜ୍ୟସଭାର କଂଗ୍ରେସ ସାଂସଦଙ୍କ ବୈଠକରେ ରାହୁଲ ଗାନ୍ଧୀ ଯୋଗ ଦେଇଛନ୍ତି। ଏହି ସମୟରେ ରାହୁଲ ଗାନ୍ଧୀ ସାବରକର ବିବାଦକୁ ନେଇ ବରିଷ୍ଠ ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତଙ୍କୁ ମଧ୍ୟ ଭେଟିଥିଲେ। କୁହାଯାଉଛି ଯେ ସାବରକରଙ୍କ ପ୍ରସଙ୍ଗରେ ରାହୁଲ ଦେଇଥିବା ମନ୍ତବ୍ୟକୁ ନେଇ କଂଗ୍ରେସ ସଂସଦୀୟ ଦଳର ମୁଖ୍ୟ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ବୁଧବାର ଦିନ ସଞ୍ଜୟଙ୍କୁ ସାକ୍ଷାତ କରିଥିଲେ | ଏହାପରେ ସଞ୍ଜୟ ଟ୍ୱିଟ କରି କହିଛନ୍ତି ଯେ ସବୁକିଛି ଠିକ ଅଛି ଏବଂ ଏଥିରେ ଚିନ୍ତା କରିବାର କିଛି ନାହିଁ।
ରାଉତ ଟୁଇଟ୍ କରି କହିଛନ୍ତି, “ଆଜି ସୋନିଆ ଗାନ୍ଧୀ ଜୀ ଏବଂ ରାହୁଲ ଗାନ୍ଧୀ ଜୀଙ୍କୁ ଭେଟିଛି । ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା | ସବୁକିଛି ଠିକ ଅଛି | ଏଥିରେ ଚିନ୍ତା କରିବାର କିଛି ନାହିଁ | ଉଲ୍ଲେଖ ଥାଉ କି କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସାବରକର ଟିପ୍ପଣୀ ପାଇଁ ମହାରାଷ୍ଟ୍ର ବିକାଶ ଅଘାଡ଼ି ମେଣ୍ଟରେ ବିବାଦ ଦେଖାଦେଇଥିଲା । ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ରାହୁଲଙ୍କ ସାବରକର ଟିପ୍ପଣୀ ପାଇଁ ତାଙ୍କୁ ଚେତାବନୀ ଦେଇଥିଲେ। ତେବେ ଏନସିପି ସୁପ୍ରିମୋ ଶରଦ ପାୱାର ଏହି ପ୍ରସଙ୍ଗରେ ମଧ୍ୟସ୍ଥତା କରିଥିଲେ । ପାୱାର ରାହୁଲ ଗାନ୍ଧିଙ୍କୁ ଏନେଇ ପରାମର୍ଶ ଦେଇଥିଲେ । ପାୱାର ବୁଝାଇବାପରେ ରାହୁଲ ସାବରକରଙ୍କୁ ନେଇ ସେ ଆଉ କୌଣସି ଟିପ୍ପଣୀ ଦେବେନାହିଁ ବୋଲି କହିଥିଲେ ।

ad-week
Leave A Reply

Your email address will not be published.