ଛାତରୁ ପଡ଼ି ହାବିଲଦାର ମୃତ…

add-all

ଜଗତସିଂହପୁର : ଛାତରୁ ପଡ଼ି ହାବିଲଦାର ମୃତ। ଆଜି ସକାଳେ ନିଜ ଘର ପାଣି ସାଲିଆରେ ଛାତ ଉପରକୁ କୌଣସି ଏକ କାମରେ ଯାଇଥିବା ବେଳେ ହାବିଲଦାର କଣ୍ଡୁରୀ ବେହେରା (୪୮) ଘର ଛାତ ତଳକୁ ଖସି ପଡ଼ିଥିଲେ। ପରିବାର ଲୋକେ ସଙ୍ଗେ ସଙ୍ଗେ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି।

କଣ୍ଡୁରି ବେହେରା ଜଗତସିଂହପୁର ଟ୍ରାଫିକ ହାବିଲଦାର ଭାବରେ କାମ କରୁଥିଲେ। ତାଙ୍କର ଶୃଙ୍ଖଳା ଓ କର୍ତ୍ତବ୍ୟ ନିଷ୍ଟ କାମ ପାଇଁ ସେ ଲୋକ ମାନଙ୍କର ପ୍ରିୟ ଭାଜନ ହୋଇ ପାରିଥିଲେ। ତାଙ୍କର ଅକାଳ ବିୟୋଗରେ ପରିବାର ଲୋକେ ଭାଙ୍ଗି ପଡ଼ିଛନ୍ତି।

ad-week
Leave A Reply

Your email address will not be published.