ଭାରତ-ପାକିସ୍ତାନ ସୀମାରେ ଭୟଙ୍କର ବିସ୍ଫୋରଣ, ହାଇ ଆଲର୍ଟ

add-all

ନୂଆଦିଲ୍ଲୀ : ଭାରତ-ପାକିସ୍ତାନ ସୀମାରେ ଘଟିଲା ଭୟଙ୍କର ବିସ୍ଫୋରଣ। ବିଳମ୍ବିତ ରାତିରେ ଜମ୍ମୁ-କଶ୍ମୀର କଠୁଆ ଜିଲ୍ଲାର ସୀମା ନିକଟସ୍ଥ ପୁଲିସ ଷ୍ଟେସନ ନିକଟରେ ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି। ସ୍ଥାନୀୟ ଲୋକଙ୍କ ମଧ୍ୟରେ ଏ ନେଇ ଆତଙ୍କ ଖେଳିଯାଇଛି।
ବିସ୍ଫୋରଣ ଯୋଗୁଁ ଆଖପାଖରେ ଥିବା ଘର କ୍ଷତିଗ୍ରସ୍ତ ହେଇଛି। କିଛି ଘରର କାଚ ଭାଙ୍ଗି ଯାଇଥିବା ଜଣାପଡିଛି। ତେବେ ଏଥିରେ କେହି ମୃତାହତ ହୋଇଥିବା ନେଇ ଖବର ଆସିନାହିଁ। ସ୍ଥାନୀୟ ପୁଲିସ ଖବର ପାଇ ସର୍ଚ୍ଚ ଅପରେସନ କରୁଛି। ପୂରା ଅଞ୍ଚଳରେ ହାଇଆଲର୍ଟ ଜାରି କରାଯାଇଛି। ଘଟଣାସ୍ଥଳରୁ ଫରେନସିକ ଟିମ୍ କିଛି ସାମଗ୍ରୀ ଜବତ କରିଥିବା ସୂଚନା ରହିଛି।
ସ୍ଥାନୀୟ ପୁଲିସର ସୂଚନା ମୁତାବକ, କଠୁଆ ଜିଲ୍ଲାର ହୀରାନଗରରେ ଆନ୍ତର୍ଜାତୀୟ ସୀମାକୁ ଲାଗି ରହିଥିବା ବିପିପି ସାନ୍ୟାଲ ନିକଟରେ ବିସ୍ଫୋରଣ ଘଟିବା ଭଳି ଜୋରରେ ଶବ୍ଦ ଶୁଣିବାକୁ ମିଳିଥିଲା। ସୂଚନା ମିଳିବା ପରେ ପୂରା ଅଞ୍ଜଳକୁ ଘେରାବନ୍ଦି କରାଯାଇଛି । ତଲାସି ଅଭିଯାନ ଜାରି ରହିଛି।
ରିପୋର୍ଟ ଅନୁଯାୟୀ, ଏହା ଏତେ ଶକ୍ତିଶାଳୀ ଥିଲା ଯେ ନିକଟସ୍ଥ ଚାରି-ପାଞ୍ଚ ଗାଁର ଲୋକମାନେ ବିସ୍ଫୋରଣର ଶବ୍ଦ ଶୁଣିଥିଲେ। ଲୋକଙ୍କଠାରୁ ମିଳିଥିବା ସୂଚନା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସମଗ୍ର ଅଞ୍ଚଳକୁ କର୍ଡନ କରି ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା।
ବିସ୍ଫୋରଣ ସ୍ଥାନ ନିକଟରେ କଠୁଆ ସୀମା ପୁଲିସର ସାନିଆଲ୍ ପୋଷ୍ଟ ଅଛି ଏବଂ ଏହା ଆନ୍ତର୍ଜାତୀୟ ସୀମା ସେଠାରୁ ମାତ୍ର ୩ କିଲୋମିଟର ଦୂରରେ ରହିଛି। ଏଠାକାର ଗୋଟିଏ ପାଶ୍ୱର୍ରେ ଠିଆ ହୋଇ ଜଣେ ବ୍ୟକ୍ତି ଆରାମରେ ପାକିସ୍ତାନର ଗ୍ରାମଗୁଡିକୁ ଦେଖିପାରିବେ।

ad-week
Leave A Reply

Your email address will not be published.