ମୋଦିଙ୍କୁ ଫସାଇବାକୁ ମୋ ଉପରେ ଚାପ ପକାଯାଇଥିଲା: ଅମିତ ଶାହ

add-all

ନୂଆଦିଲ୍ଲୀ : ‘ମୋଦିିଜୀଙ୍କୁ ଫସାଇବା ପାଇଁ ମୋ ଉପରେ ଚାପ ପଡ଼ିଥିଲା। କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ସମୟରେ ଗୁଜରାଟରେ ହୋଇଥିବା ଏକ ମିଛ ଦଙ୍ଗା ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫସାଇବାକୁ ସିବିଆଇ ମୋ ଉପରେ ଚାପ ପକାଇଥିଲା।’ ରାଇଜିଂ ଇଣ୍ଡିଆ ସମ୍ମିଳନୀ-୨୦୨୩ରେ ଯୋଗ ଦେଇ ଏଭଳି କିଛି ଖୁଲାସା କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ।
ବିିରୋଧୀ ଦଳଙ୍କ ଅଭିଯୋଗ ଉପରେ ଏକ ପ୍ରଶ୍ନର ଉତ୍ତରରେ ଶାହ କହିଛନ୍ତି, ‘ମୋଦି ଯେତେବେଳେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ ସେତେବେଳେ ତାଙ୍କୁ ଏକ ମିଛ ଦଙ୍ଗା ଘଟଣାରେ ଫସାଇବାକୁ ସିବିଆଇ ମୋ ଉପରେ ଚାପ ପକାଇଥିଲା। କେବଳ ସେତିକି ନୁହେଁ, ମୋ ବିରୋଧରେ ବି ସିବିଆଇ ମାମଲା ଦାଏର କରିଥିଲା। ହେଲେ କୋର୍ଟ ମୋତେ ୯୦ ଦିନରେ ଜାମିନ ଦେଇଥିଲେ। ସେତେବେଳେ ଏସବୁ ଘଟଣାକୁ ନେଇ ବିଜେପି ନେତା କଳା ସାର୍ଟ ପିନ୍ଧି ସଂସଦରେ ହଙ୍ଗାମା କରି ନଥିଲେ। ହେଲେ ରାହୁଲ ଗାନ୍ଧୀଙ୍କ ପାଇଁ ତାଙ୍କ ଦଳର ନେତାମାନେ କଳା ସାର୍ଟ ପିନ୍ଧି ଯେପରି ବିରୋଧ କରୁଛନ୍ତି ତାହା କେବେ ବି ଗ୍ରହଣୀୟ ନୁହେଁ।’
କେନ୍ଦ୍ର ଗୃହମନ୍ତ୍ରୀ ଆହୁରି କହିଛନ୍ତି ଯେ, ‘ମୋଦି ସରକାର ଦେଶକୁ ଦୁର୍ନୀତି ଓ ଭ୍ରଷ୍ଟାଚାର ମୁକ୍ତ କରିବାକୁ ୨୦୧୪ରୁ ଲଢେଇ ଜାରି ରଖିଛନ୍ତି। ହେଲେ ରାହୁଲ ଗାନ୍ଧୀଙ୍କ ପାଇଁ ବିକ୍ଷୋଭ ପ୍ରଦର୍ଶନ କରି ବିରୋଧୀ କ’ଣ କହିବାକୁ ଚାହୁଁଛନ୍ତି। ଭ୍ରଷ୍ଟାଚାର କରୁଥିବା ବ୍ୟକ୍ତି ଉପରେ କୌଣସି ମକଦ୍ଦମା ନହେଉ ବୋଲି ସେମାନେ କହିବାକୁ ଚାହୁଁଛନ୍ତି କି ବୋଲି ସେ ପ୍ରଶ୍ନ କରିଛନ୍ତି।’
ସୁରଟର ଏକ ଅଦାଲତ ଦ୍ୱାରା ମାନହାନୀ ମାମଲାରେ ରାହୁଲ ଗାନ୍ଧୀ ଦୋଷୀ ସାବ୍ୟସ୍ତ ହେବାକୁ ନେଇ ଶାହ କହିଛନ୍ତି, ସେ କେବଳ ଜଣେ ନୁହନ୍ତି, ଯିଏ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଏବଂ ଯିଏ ଲୋକସଭା ସଦସ୍ୟତା ହରାଇଛନ୍ତି। ହାଇକୋର୍ଟ ଯିବା ବଦଳରେ ରାହୁଲ ହଙ୍ଗାମା କରିବାକୁ ଚେଷ୍ଟା କରୁଛନ୍ତି। କେବଳ ସେତିକି ନୁହେଁ ନିଜ ଭାଗ୍ୟ ପାଇଁ ପ୍ରଧନମନ୍ତ୍ରୀ ମୋଦିଙ୍କୁ ଦାୟୀ କରୁଛନ୍ତି ରାହୁଲ।

ad-week
Leave A Reply

Your email address will not be published.