ବଢ଼ିଲା ଓମଫେଡ୍ କ୍ଷୀର ଦର, ୧ରୁ ଲାଗୁ

add-all

ଭୁବନେଶ୍ୱର : ବଢ଼ିଲା ଓମଫେଡ୍ କ୍ଷୀର ଦର ା ୫୦୦ ମିଲିଗ୍ରାମ ବା ଅଧା ଲିଟର କ୍ଷୀର ପ୍ୟାକେଟ୍ ପିଛା ୨ ଟଙ୍କା ବଢ଼ିଛି। ଆସନ୍ତା ୧ ତାରିଖରୁ ନୂଆ ଦର ଲାଗୁ ହେବ।ଏନେଇ ବିଧିବଦ୍ଧ ଭାବେ ସୂଚନା ଜାରି କରିଛନ୍ତି ଓମଫେଡ୍ କର୍ତ୍ତୃପକ୍ଷ।

ଦର ବଢ଼ିବା ପରେ ଓମ୍‌ଫେଡ୍ ଅଧା ଲିଟର ଟୋନ୍‌ଡ କ୍ଷୀର ଦର ୨୧ ଟଙ୍କାରୁ ୨୩ ଟଙ୍କାକୁ ବୃଦ୍ଧି ପାଇଛି। ଅଧା ଲିଟର ପ୍ରିମିୟମ୍ ଓ ଗୋଲ୍ଡ କ୍ଷୀର ଦର ୨୪ରୁ ୨୬ ଟଙ୍କାକୁ ବୃଦ୍ଧି ହୋଇଛି। ସେହିପରି ଅଧା ଲିଟର ଚା’ ସ୍ପେସିଆଲ୍ କ୍ଷୀର ଦର ୨୩ରୁ ୨୫ ଟଙ୍କାକୁ ବୃଦ୍ଧି ପାଇଛି। 

କୃଷକଙ୍କ ଖର୍ଚ୍ଚ, ଗୋଖାଦ୍ୟ ଓ ଗୋଚାରାର ମୂଲ୍ୟ ଏବଂ ଆନୁସଙ୍ଗିକ ସାମଗ୍ରୀର ଦର ବଢ଼ିବା ଯୋଗୁଁ କ୍ଷୀର ଦର ବଢ଼ାଯାଇଥିବା ଓମଫେଡ୍ ପକ୍ଷରୁ କୁହାଯାଇଛି। 

ଓମଫେଡ ଦୁଗ୍ଧ ଏକ ଅତ୍ୟାବଶ୍ୟକ ସାମଗ୍ରୀ ହୋଇଥିବା ବେଳେ ଏହା ଉପରେ ବହୁ ଲୋକ ନିର୍ଭରଶୀଳ। ଏହାର ଦରବୃଦ୍ଧିକୁ ଖାଉଟିଙ୍କ ଉପରେ ମହଙ୍ଗା ମାଡ଼ ବୋଲି କହିଛନ୍ତି ଲୋକେ।

ad-week
Leave A Reply

Your email address will not be published.