ମୋଦିଙ୍କ ଡିଗ୍ରୀ ପ୍ରମାଣପତ୍ର ମାମଲା ଖାରଜ୍, କେଜ୍ରିୱାଲଙ୍କୁ ୨୫,୦୦୦ ଟଙ୍କା ଜରିମାନା…

add-all

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡିଗ୍ରୀ ପ୍ରମାଣପତ୍ରକୁ ନେଇ ପୁଣିଥରେ ଏକ ଚର୍ଚ୍ଚିତ ଖବର ସାମ୍ନାକୁ ଆସିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡିଗ୍ରୀ ପ୍ରମାଣପତ୍ର ବିଷୟରେ ତଥ୍ୟ ଦେବାକୁ ଗୁଜରାଟ ବିଶ୍ୱବିଦ୍ୟାଳୟକୁ ହୋଇଥିବା ଏକ ନିର୍ଦ୍ଦେଶନାମା ଆଜି ଗୁଜରାଟ ହାଇକୋର୍ଟରେ ଖାରଜ ହୋଇଯାଇଛି। ହାଇକୋର୍ଟ କହିଛନ୍ତି ଯେ, ସେ ବିଷୟରେ ‌ତଥ୍ୟ ଆବଶ୍ୟକ ନାହିଁ। ଏଥିସହ ଗୁଜରାଟ ହାଇକୋର୍ଟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଉପରେ ୨୫,୦୦୦ ଟଙ୍କା ଫାଇନ୍‌ କରିଛନ୍ତି। ଗୁଜରାଟ ହାଇକୋର୍ଟର ଜଷ୍ଟିସ୍ ବିରେନ ବୈଷ୍ଣବ ଏହି ରାୟ ପ୍ରଦାନ କରି ଏହା ଉପରେ ରହିତାଦେଶ ଜାରି କରିବାକୁ ମନା କରିଦେଛନ୍ତି।

ଗୁଜରାଟର ରାଜ୍ୟ ଲିଗାଲ ସର୍ଭିସ କର୍ତ୍ତୃପକ୍ଷଙ୍କ ନିକଟରେ କେଜ୍ରିୱାଲଙ୍କୁ ଏହି ଜରିମାନା ପୈଠ କରିବାକୁ ପଡ଼ିବ। ସୂଚନା ଅନୁଯାୟୀ କେନ୍ଦ୍ରୀୟ ସୂଚନା କମିଶନ(ସିଆଇସି) ୨୦୧୬ରେ ଗୁଜରାଟ ବିଶ୍ୱବିଦ୍ୟାଳୟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ମାଷ୍ଟର ଡିଗ୍ରୀ ବିଷୟରେ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ।ମୋଦିଙ୍କ ଡିଗ୍ରୀକୁ ନେଇ ସେ ସମୟରେ ଜୋରଦାର ଚର୍ଚ୍ଚା ହୋଇଥିଲା ବେଳେ ସୂଚନା ଅଧିକାର ଆଇନ୍ ବଳରେ ତଥ୍ୟ ପାଇଁ ଆବେଦନ କରାଯାଇଥିଲା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଷରେ ତଥ୍ୟ ଦେବାକୁ ସିଆଇସି ପକ୍ଷରୁ ହୋଇଥିବା ନିର୍ଦ୍ଦେଶକୁ ଗୁଜରାଟ ହାଇକୋର୍ଟରେ ଗୁଜରାଟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଚାଲେଞ୍ଜ କରାଯାଇଥିଲା। କେଜ୍ରିୱାଲଙ୍କ ଆବେଦନ ଉପରେ ସିଆଇସି ଏହି ନିର୍ଦ୍ଦେଶନାମା ଜାରି କରିଥିଲା। ସୂଚନା ଅଧିକାର ନିୟମାବଳୀକୁ ବିଭ୍ରାନ୍ତି କରାଯାଇଥିବା ଗୁଜରାଟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆବେଦନରେ ଦର୍ଶାଯାଇଥିଲା।

ad-week
Leave A Reply

Your email address will not be published.