ମହିଳା ସାମ୍ବାଦିକାଙ୍କୁ ଯୌନ ନିର୍ଯାତନା ମାମଲା: ଗିରଫ ପରେ ନିଲମ୍ବିତ ହେଲେ ଭଦ୍ରକ ଚୂଡ଼ାମଣି ଥାନା ଏସ୍‌ଆଇ

add-all

ଭଦ୍ରକ: ମହିଳା ସାମ୍ବାଦିକାଙ୍କୁ ଯୌନ ନିର୍ଯାତନା ମାମଲାରେ ନିଲମ୍ବିତ ହେଲେ ଭଦ୍ରକ ଜିଲ୍ଲା ଚୂଡ଼ାମଣି ଥାନା ଏସ୍‌ଆଇ। ଏସ୍‌ଆଇ ତପସ୍ୱିନୀ ମହାପାତ୍ର ଗିରଫ ହୋଇ ଜେଲ୍‌ ଯିବା ପରେ ଭଦ୍ରକ ଏସ୍‌ପି ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି। ତାଙ୍କ ବେଲ୍‌ ପିଟିସନ୍‌ ଆବେଦନର ଶୁଣାଣି ଆଜି ଭଦ୍ରକ SDJM କୋର୍ଟରେ କରାଯିବ। SI ତପସ୍ୱିନୀ ମହାପାତ୍ର ମହିଳା ସାମ୍ବାଦିକାଙ୍କ ସହ ୨୦୨୧ରୁ ସମ୍ପର୍କରେ ଥିଲେ। ଦୁଇ ଜଣ ସେବେଠାରୁ ଏକାଠି ରହୁଥିଲେ। ହେଲେ ଗତକାଲି ସାମ୍ବାଦିକା ଜଣକ SIଙ୍କ ନାଁରେ ଭଦ୍ରକ ଟାଉନ ଥାନାରେ ଅଭିଯୋଗ କରିଥିଲେ।

ଯୌନ ନିର୍ଯାତନା ଦେବା, ବିବାହର ପ୍ରତିଶୃତି ଦେଇ ବିବାହ ନକରିବା ଏବଂ ତାଙ୍କୁ ହତ୍ୟା ଧମକ ଦେବା ନେଇ ଥାନାରେ ଅଭିଯୋଗ କରିଥିଲେ। ଏହାପରେ ପୋଲିସ ପ୍ରାଥମିକ ତଦନ୍ତ କରି ସଂପୃକ୍ତ ମହିଳା ଏସ୍‌ଆଇଙ୍କୁ ଗିରଫ କରିଥିଲେ। ଗିରଫ ପରେ ଉଭୟଙ୍କୁ ଡାକ୍ତରୀ ମାଇନା ପାଇଁ ଅଣାଯାଇ ଥିଲେ ମଧ୍ୟ ମହିଳା ସାମ୍ବାଦିକା ସହଯୋଗ କରିନଥିଲେ। ଡାକ୍ତରୀ ରିପୋର୍ଟରେ ଅଭିଯୁକ୍ତ SI ଜଣକ ମହିଳା ବୋଲି ଉଲ୍ଲେଖ ରହିଛି। ଘଟଣାରେ ଅଧିକ ଖୋଳତାଡ ଜାରି ରଖିଛି ପୋଲିସ ।

ad-week
Leave A Reply

Your email address will not be published.