ସୋମାଲିକାଙ୍କ ଅଭିଯୋଗ ବାବଦରେ ମୁଁ ଜାଣିନାହିଁ: ବିଜୟ ଶଙ୍କର

add-all

ଭୁବନେଶ୍ୱର: ସୋମାଲିକାଙ୍କ ଅଭିଯୋଗକୁ ନେଇ ବହୁ ଦିନ ପରେ ମୁହଁ ଖୋଲିଛନ୍ତି ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ । ସେ ପ୍ରତିକ୍ରିୟା ରଖି କହିଛନ୍ତି କେସ ବିଚାରଧିନ ରହିଛି । ବିଚାରପତି ଯାହା ନିଷ୍ପତ୍ତି ନେବେ । ସତ୍ୟତା ଅଳ୍ପ ଦିନ ଭିତରେ ଆସିଯିବ। ମାମଲା ବିଚାରାଧିନ ଥିବାରୁ ମୁଁ କିଛି କହି ପାରିବି ନାହିଁ । ମୁଁ କେମିତି ଚାପ ପକେଇବି । ବିଚାରପତିଙ୍କ ଉପରେ ମୁଁ କିଏ ? ସୋମାଲିକା କଣ ଅଭିଯୋଗ ଆଣିଛନ୍ତି ସେଇଟା ମୁଁ ବି ଠିକ ସେ ଜାଣିନି । ତଦନ୍ତ ଚାଲିଛି । ତଦନ୍ତ ପରେ ଜଣା ପଡିବ । ଫଟୋ ଭାଇରାଲ ବିଷୟରେ ମୁଁ କିଛି କହିପାରିବି ନାହିଁ ।

ଉଲ୍ଲେଖ ଥାଉ କି ବିଜୟ ଶଙ୍କରଙ୍କ ପ୍ରେମିକା ସୋମାଲିକା ତାଙ୍କ ନାମରେ ଫୋନ କଲରେ ଧମକ, ଦୁଇଥର ଦୁଷ୍କର୍ମ, ଗର୍ଭପାତ, ଫଟୋ ଏଡିଟିଂ କରି ଭାଇରାଲ, ଭଳି ଅଭିଯୋଗ କରିଥିଲେ | ସୂଚନା ଅନୁଯାୟୀ, ପ୍ରଥମେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଓ ତାଙ୍କ ପ୍ରେମିକା ସୋମାଲିକା ଦାସଙ୍କ ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାପରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ପରେ ଉଭୟଙ୍କ ବିବାଦ ଏବଂ ଆପୋସ ଆଲୋଚନା ମଧ୍ୟରେ ବିବାହ ପାଇଁ ନିଷ୍ପତ୍ତି ବି ସାରା ରାଜ୍ୟରେ ଚର୍ଚ୍ଚାର ପ୍ରସଙ୍ଗ ହୋଇଥିଲା। ଉଭୟ ବିବାହ କରିବାକୁ ଗତ ବର୍ଷ ମେ’ ମାସ ୧୭ ତାରିଖରେ ନିଷ୍ପତ୍ତି ନେଇଥିଲେ। କେବଳ ସେତିକି ନୁହେଁ, ସୋମାଲିକା ଓ ବିଜୟ ବିବାହ ପାଇଁ ସବରେଜିଷ୍ଟ୍ରାର ଅଫିସରେ ଆବେଦନ କରିଥିଲେ। ଜୁନ୍‌ ୧୭ ତାରିଖରେ ସୋମାଲିକା ସବରେଜିଷ୍ଟ୍ରାର ଅଫିସରେ ପହଞ୍ଚି ବିଜୟଙ୍କୁ ଅପେକ୍ଷା କରିଥିଲେ ବି ବିଜୟ କିନ୍ତୁ ଆଉ ପହଞ୍ଚି ନଥିଲେ। ଏହାପରଠାରୁ ସୋମାଲିକା ବିଭିନ୍ନ ସମୟରେ ବିଜୟ ଶଙ୍କରଙ୍କ ନାମରେ ଅଭିଯୋଗ ପରେ ଅଭିଯୋଗ କରିଥିଲେ |

ad-week
Leave A Reply

Your email address will not be published.