ଭୁବନେଶ୍ବରରେ ବାଣ ବିସ୍ଫୋରଣ, ଜଣେ ଆହତ

add-all

ଭୁବନେଶ୍ବର: ଭୁବନେଶ୍ବର ଭିଏସଏସ ନଗରରେ ବାଣ ବିସ୍ଫୋରଣରେ ଜଣେ ଆହତ ହୋଇଛନ୍ତି। ଘର ଭିତରେ ବାଣ ଭିଡ଼ିବାବେଳେ ବିସ୍ଫୋରଣ ଘଟିଥିଲା। ଏଥିରେ ଜଣେ ବ୍ୟକ୍ତି ଆହତ ହୋଇଥିବାବେଳେ ଘରର ଆଜବେସଟେସ ଉଡ଼ି ଯାଇଥିଲା।

ବାଣ ବିସ୍ଫୋରଣର ପ୍ରଚଣ୍ଡ ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳକୁ ଆସି ଆହତଙ୍କୁ ଉଦ୍ଧାର କରିଥିଲେ ଏବଂ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାକୁ ପଠାଇଥିଲେ। ଖବର ପାଇ କମିଶନରେଟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ad-week
Leave A Reply

Your email address will not be published.