ଜାଲ ସାର୍ଟିଫିକେଟ ଘଟଣା: ୪ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବ କ୍ରାଇମବ୍ରାଞ୍ଚ

add-all

ବଲାଙ୍ଗିର: ନକଲି ଚେର ଖୋଜୁଛି କ୍ରାଇମବ୍ରାଞ୍ଚ। ବଲାଙ୍ଗୀର ଜାଲ ସାର୍ଟିଫିକେଟ ଘଟଣାରେ କ୍ରାଇମବ୍ରାଞ୍ଚର ତନାଘନା ତଦନ୍ତ। ୪ ଜଣ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବ କ୍ରାଇମବ୍ରାଞ୍ଚ। ମୁଖ୍ୟ ଅଭିଯୁକ୍ତ ମନୋଜ ମିଶ୍ର, ଆଲୋକ ଉଦ୍‌ଗାତା ସମେତ ଆଉ ଦୁଇ ଜଣଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କରାଯାଇଛି। ୫ ଦିନିଆ ରିମାଣ୍ଡରେ ନେବାକୁ ବାଲଙ୍ଗିର କୋର୍ଟରେ ପହଞ୍ଚିଛି କ୍ରାଇମବ୍ରାଞ୍ଚ।

ଚାରି ଦିନ ହେବ ବଲାଙ୍ଗିରରେ ଡେରା ପକାଇଛି ୫ ଜଣିଆ କ୍ରାଇମ୍‌ବ୍ରାଞ୍ଚ ଟିମ୍‌। ଆଜି ଟାଉନ ଥାନାରେ ପହଞ୍ଚି ଜବତ ଫାଇଲ, ହାର୍ଡଡିସ୍କ ଓ ଲାପଟପ ଯାଞ୍ଚ କରିଛି। ଗତକାଲି ଦୁଇଜଣ ରାଜସାକ୍ଷୀ ସୁବଳୟା ଭୋଇ ଓ ରମଣୀ ନାଗଙ୍କ ୧୬୪ ଧାରାରେ ବୟାନ ବୟାନ ରେକର୍ଡ କରିଛି ତଦନ୍ତକାରୀ ସଂସ୍ଥା। ଏମାନେ କିପରି ନକଲି ଶିକ୍ଷାଗତ ପ୍ରମାଣ ପତ୍ର ପାଇଥିଲେ। ଡାକ ବିଭାଗରେ କିପରି ଚାକିରୀ ପାଇଁ ଆବେଦନ କରିଥିଲେ? କେତେ ଟଙ୍କା ଦେଇ ନକଲି ସାର୍ଟିଫିକେଟ ହାତେଇଥିଲେ ସବୁ କୁ ଗୋଟି ଗୋଟି କରି ବଖାଣିଥିଲେ ଦୁଇ ଯୁବତୀ । ଏହି ଜାଲ ସାର୍ଟିଫିକେଟ ରାକେଟର ୨ ମୁଖ୍ୟ ଅଭିଯୁକ୍ତଙ୍କ ସହ ୧୯ ଜଣ ଜେଲ୍‌ରେ ଅଛନ୍ତି।

ad-week
Leave A Reply

Your email address will not be published.