ସ୍ୱାମୀକୁ ଜାଳିଦେଲା ଦ୍ୱିତୀୟ ପତ୍ନୀ

add-all

ଭଞ୍ଜନଗର : ପ୍ରଥମ ପତ୍ନୀଙ୍କ ପୁଅ ଓ ଦ୍ଵିତୀୟ ପତ୍ନୀଙ୍କ ପୁଅ ମଧ୍ୟରେ ସମ୍ପତ୍ତି ଭାଗ ବଣ୍ଟାକୁ ନେଇ ବିବାଦ ହେଲା। ଯାହାକୁ ନେଇ ଦୁଇଦିନ ତଳେ ଦ୍ୱିତୀୟ ପତ୍ନୀ ସହ ସ୍ୱାମୀର ସାମାନ୍ୟ ବଚସା ହୋଇଥିଲା। ହେଲେ ଆଜି ସ୍ୱାମୀ ଉପରେ କିରାସିନି ଢାଳି ନିଆଁ ଲାଗାଇ ଦେଇଛି ଦ୍ୱିତୀୟ ପତ୍ନୀ । ଗୁରୁତର ଅବସ୍ଥାରେ ସ୍ୱାମୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛି। ଆଜି ଗଂଜାମ ଭଞ୍ଜନଗର ଥାନା କୁଲାଡ଼ ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟିଛି। ନିଆଁରେ ଜଳି ଯାଇଥିବା ବ୍ୟକ୍ତି ଜଣକ କୁଲାଡ଼ ଗ୍ରାମର ପ୍ରଫୁଲ ସାବତ(୭୦)। ତାଙ୍କ ଶରୀରର ୪୦ ପ୍ରତିଶତ ପୋଡ଼ି ଯାଇଛି।

ସୂଚନା ମୁତାବକ, ଗତ ଦୁଇଦିନ ହେଲା ଜମିବାଡ଼ି ବିବାଦକୁ ନେଇ ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ଭିତରେ ମନମାଳିନ୍ୟ ହୋଇଥିଲା। ଯାହା ପରେ ଉଭୟଙ୍କ ଭିତରେ ଝଗଡା ହୋଇଥିଲା । ଆଜି ଦିନ ପ୍ରାୟ ୧୦ ବେଳେ ପ୍ରଫୁଲ ନିଜ ବାଡ଼ିରେ ବସି ଗୁଡାଖୁ ଘଷୁଥିବା ବେଳେ ପଛପଟୁ ପତ୍ନୀ ପ୍ରମିତା ସାବତ ଗୋଟିଏ ବୋତଲରେ କିରାସିନି ଧରି ପହଞ୍ଚି ଥିଲେ। ଯାହାକୁ ସେ ପ୍ରଫୁଲଙ୍କ ଉପରେ ଢାଳି ଦେଇ ନିଆଁ ଲଗାଇ ଦେଇଥିଲେ ।

ପ୍ରଫୁଲ କିଛି ବୁଝିବା ପୂର୍ବରୁ ତାଙ୍କ ଦେହ ସଂପୂର୍ଣ୍ଣ ଜଳିବାକୁ ଲାଗିଥିଲା। ତାଙ୍କ ଚିତ୍କାର ଶୁଣି ସାହି ପଡୋଶୀ ଲୋକ ପହଞ୍ଚି ପାଣି ପକାଇ ଥିଲେ ଓ ତାଙ୍କୁ ଉଦ୍ଧାର କରିଥିଲେ। ହେଲେ ସେତେବେଳକୁ ତାଙ୍କ ଶରୀରର ପ୍ରାୟ ୪୦ ପ୍ରତିଶତ ପୋଡି ଯାଇଥିଲା । ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ମେଡ଼ିକାଲକୁ ଅଣାଯାଇଥିଲା । ଅବସ୍ଥା ସଙ୍କଟାପନ୍ନ ହେବାରୁ ପରେ ତାଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ପ୍ରମିତା ତାଙ୍କ ଦ୍ଵିତୀୟ ପତ୍ନୀ। ପ୍ରଥମ ପତ୍ନୀଙ୍କ ପୁଅ ଓ ଦ୍ଵିତୀୟ ପତ୍ନୀଙ୍କ ପୁଅ ମଧ୍ୟରେ ସମ୍ପତ୍ତି ଭାଗ ବଣ୍ଟାକୁ ନେଇ ଆଜି ପ୍ରମିତା ଏଭଳି କାଣ୍ଡ ଭିଆଇଥିବା ସମ୍ପର୍କୀୟମାନେ ଅଭିଯୋଗ କରିଛନ୍ତି।

ad-week
Leave A Reply

Your email address will not be published.