ପୁଣି କରୋନା ନେଲା ୯ ମୁଣ୍ଡ, ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୧ ହଜାର ଟପିଲା

add-all

ନୂଆଦିଲ୍ଲୀ : ପୁଣି ଦେଶରେ କାୟା ବିସ୍ତାର କରିବା ଆରମ୍ଭ କଲାଣି ମହାମାରୀ କରୋନା। କରୋନା ଯୋଗୁ କେବଳ ଦେଶର ଦୈନିକ ସଂକ୍ରମଣ ବଢ଼ୁନାହିଁ। ବରଂ ସକ୍ରିୟ ରୋଗୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ସ୍ଥିତି ଏପରି ହୋଇଛି ଯେ ଦେଶରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୧ ହଜାର ପାର କରିଛି।
ଗତ ୨୪ ଘଣ୍ଟାରେ ଦେଶରୁ ଆଉ ୩,୦୩୮ ଜଣଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏହାକୁ ମିଶାଇ ଦେଶରେ ଆକ୍ଟିଭ କେସ୍‌ ସଂଖ୍ୟା ୨୧,୧୭୯ରେ ପହଞ୍ଚି ଯାଇଛି। ସେହିପରି ଦିନକରେ କରୋନା ଆଉ ୯ ଜଣଙ୍କ ଜୀବନ ନେଇଛି। ଏଯାଏ କରୋନା ୫,୩୦,୯୦୧ ଜଣଙ୍କ ଜୀବନ ନେଇ ସାରିଲାଣି।
ଦିଲ୍ଲୀ ଓ ପଞ୍ଜାବରେ ୨ ଜଣ ଲେଖାଏ କରୋନା ଆକ୍ରାନ୍ତ ପ୍ରାଣ ହରାଇଥିବା ବେଳେ ଜମ୍ମୁ-କଶ୍ମୀର, ମହାରାଷ୍ଟ୍ର, ଉତ୍ତରାଖଣ୍ଡରେ ଜଣେ ଲେଖାଏ ଲୋକଙ୍କ ମୃତ୍ୟୁ ଘଟିଛି। ପୂର୍ବରୁ କେରଳରେ ପ୍ରାଣ ହରାଇଥିବା ୨ ଜଣ ଲୋକଙ୍କ ମୃତ୍ୟୁ କରୋନା ଯୋଗୁ ହୋଇଥିବା ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି।
ଏଯାଏ ଦେଶରେ ମୋଟ ୪,୪୭,୨୯,୨୮୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି। ସକ୍ରିୟ ରୋଗୀଙ୍କ ହାର ୦.୫% ରହିଥିବା ବେଳେ ଆରୋଗ୍ୟ ହାର ୯୮.୭୬% ରହିଛି। କରୋନାକୁ ୪,୪୧,୭୭,୨୦୪ ଜଣ ଲୋକ ମାତ ଦେଇଛନ୍ତି ଓ ମୃତ୍ୟୁହାର ୧.୧୯% ରହିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ୱେବସାଇଟ ଅନୁଯାୟୀ, ଦେଶରେ ୨୨୦.୬୬ କୋଟି ଡୋଜ୍‌ର ଟିକାକରଣ ହୋଇଛି।

ad-week
Leave A Reply

Your email address will not be published.