ଲାଞ୍ଚ ନେଇଥିଲେ ସିଟି ଜିଏସ୍‌ଟି ଅଫିସ୍‌ର, ବ୍ୟାଙ୍କ ଲକରରୁ ମିଳିଲା ବିପୁଳ ସୁନା ବିସ୍କୁଟ ଓ ଟଙ୍କା

add-all

ଭୁବନେଶ୍ୱର : ଆୟବର୍ହିଭୂତ ସମ୍ପତ୍ତି ଠୁଳ ସନ୍ଦେହରେ ଭିଜିଲାନ୍ସ ରେଡ୍ ବେଳେ ପାରଦୀପ ସିଟି ଜିଏସ୍‌ଟି ଅଫିସ୍‌ର ଚିତ୍ତରଂଜନ ମହାନ୍ତିଙ୍କ ବ୍ୟାଙ୍କ ଲକରରୁ ପୁଳାପୁଳା ଟଙ୍କା ଓ ସୁନା ଠାବ ହୋଇଛି। ୨ଟି ଲକରରୁ ୧.୦୬୦ କେଜି ସୁନା ଗହଣା ଓ ୧୯ଟି ସୁନା ବିସ୍କୁଟ ଠାବ ହୋଇଛି। ପ୍ରତି ସୁନା ବିସ୍କୁଟର ଓଜନ ୪୩୩ ଗ୍ରାମ। ଏହାର ମୋଟ ଦାମ୍ ୨୬ ଲକ୍ଷ ଟଙ୍କାରୁ ଅଧିକ ହେବ। ସେପଟେ ଏ ପର୍ଯ୍ୟନ୍ତ ମିଳିଥିବା ମୋଟ ସୁନାର ଓଜନ ୧ କେଜି ୧୩୫ ଗ୍ରାମରେ ପହଞ୍ଚିଛି। ଏନେଇ ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।

ପୂର୍ବରୁ ମିଳିଥିବା ସୁନାଗହଣାକୁ ମିଶାଇ ଏ ପର୍ଯ୍ୟନ୍ତ ମୋଟ ୬୪ ଲକ୍ଷର ଗହଣା ଠାବ ହୋଇଛି। ଏହାଛଡ଼ା ମ୍ୟୁଚୁଆଲ ଫଣ୍ଡରେ ୧ କୋଟି ନିବେଶ କରିଥିବା ମଧ୍ୟ ଠାବ କରାଯାଇଛି। ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ଲକରରୁ ୫.୪ ଲକ୍ଷ ଟଙ୍କା ସହ ଅଫିସ୍ ଆଲମିରାରୁ ମିଳିଥିବା ୧ ଲକ୍ଷ ଟଙ୍କାକୁ ମିଶାଇ ଏ ପର୍ଯ୍ୟନ୍ତ ମୋଟ ୬.୫୯ ଲକ୍ଷ ନଗଦ ଟଙ୍କା ଠାବ କରିଛି ଭିଜିଲାନ୍ସ।

ସୂଚନା ଥାଉକି, ଗତ ୩୧ ତାରିଖରେ ୮୦ ହଜାର ଲାଞ୍ଚ ନେଇ ଧରାପଡ଼ିଥିଲେ ଚିତ୍ତରଂଜନ। ଏହା ପରେ ଆୟବର୍ହିଭୂତ ସମ୍ପତ୍ତି ଠୁଳ ସନ୍ଦେହରେ ଭିଜିଲାନ୍ସ ତଦନ୍ତ ଜାରି ରଖିଛି।

ad-week
Leave A Reply

Your email address will not be published.