ମାନହାନି ମାମଲାରେ ହାରି ଯିବାରୁ ଟ୍ରମ୍ପ୍‌ଙ୍କ ଅଦାଲତ ଖର୍ଚ୍ଚ ପୈଠ କରିବାକୁ ଷ୍ଟର୍ମି ଡାନିଏଲ୍‌ସ୍‌ଙ୍କୁ ଆଦେଶ

add-all

କାଲିଫର୍ଣ୍ଣି୍ଆ: ମାମଲା ବାବଦକୁ ହୋଇଥିବା ଖର୍ଚ୍ଚ ଟ୍ରମ୍ପ୍‌ଙ୍କ ଆଟର୍ଣ୍ଣିମାନଙ୍କୁ ଦେବା ପାଇଁ ମାନହାନି ମାମଲାରେ ହାରି ଯାଇଥିବା ପର୍ନ ଷ୍ଟାର୍‌ ଷ୍ଟର୍ମି ଡାନିଏଲ୍‌ଙ୍କୁ ମଙ୍ଗଳବାର ଦିନ ଅଦାଲତ ଆଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ, ପ୍ରାପ୍ତ ବୟସ୍କଙ୍କ ନିମନ୍ତେ ଉଦ୍ଦିଷ୍ଟ ଚଳଚ୍ଚିତ୍ରର ପାତ୍ରୀ ଷ୍ଟର୍ମି ଡାନିଏଲ୍‌ସ୍‌ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ଙ୍କ ନାଁରେ ମାନହାନି ମାମଲା ଦାଏର କରିଥିଲେ। ଏହି ମାମଲାରେ ସେ ହାରି ଯାଇଥିବାରୁ କାଲିଫର୍ଣ୍ଣିଆର ‘୯ମ ୟୁଏସ୍‌ ସର୍କିଟ୍‌ କୋର୍ଟ ଅଫ୍‌ ଅପିଲ୍‌ସ୍‌’ ଟ୍ରମ୍ପ୍‌ଙ୍କ ଆଟର୍ଣ୍ଣିମାନଙ୍କୁ ୧୨୧,୦୦୦ ଡଲାର୍‌ରୁ ଅଧିକ ଅର୍ଥ ଦେବା ପାଇଁ ତାଙ୍କୁ ଆଦେଶ ଦେଇଛନ୍ତି।
ସଂଗୃହୀତ ସୂଚନା ଅନୁସାରେ, ଅଦାଲତଙ୍କ ଆଦେଶ ଅନୁସାରେ ଷ୍ଟର୍ମି ୫୦୦,୦୦୦ ଡଲାର୍‌ରୁ ଅଧିକ ଅର୍ଥ ପୈଠ କରିସାରିଛନ୍ତି।
ଉଲ୍ଲେଖଯୋଗ୍ୟ, ‘ହସ୍‌ ମନି’ ମାମଲା ସହିତ ଜଡ଼ିତ ୩୪ଟି ଅଭିଯୋଗରେ ଯେଉଁଦିନ ମାନ୍‌ହଟନ୍‌ ଅଦାଲତ ଟ୍ରମ୍ପ୍‌ଙ୍କ ଶୁଣାଣି କରୁଥିଲେ ଠିକ୍‌ ସେହିଦିନ ହିଁ ଷ୍ଟର୍ମିଙ୍କୁ ଟ୍ରମ୍ପ୍‌ଙ୍କ ଅଦାଲତ ବ୍ୟୟ ବାବଦ ଅର୍ଥ ପୈଠ କରିବାକୁ ଆଦେଶ ଦିଆଯାଇଛି ବୋଲି ‘ସିଏନ୍‌ଏନ୍‌’ ରିପୋର୍ଟ କରିଛି।
ଟ୍ରମ୍ପ୍‌ଙ୍କ ଆଟର୍ଣ୍ଣି ହର୍‌ମୀତ୍‌ ଢିଲୋଁ ଟୁଇଟ୍‌ର ପୋଷ୍ଟ୍‌ରେ ‘କୋର୍ଟ ଅର୍ଡର୍‌’ ସେୟାର୍‌ କରି ଲେଖିଛନ୍ତି: ଆଜି ସକାଳେ ଆଟର୍ଣ୍ଣି ଖର୍ଚ୍ଚ ମାମଲାର ଚୂଡ଼ାନ୍ତ ବିଚାରରେ ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କ ସପକ୍ଷରେ ରାୟ ଦିଆଯାଇ ଥିବାରୁ ତାଙ୍କୁ ଅଭିନନ୍ଦନ।
ଉଲ୍ଲେଖଯୋଗ୍ୟ, ଟ୍ରମ୍ପ୍‌ଙ୍କ ଓ ଡାନିଏଲ୍‌ଙ୍କୁ କେନ୍ଦ୍ର କରି ଦାଏର ହୋଇଥିଲେ ବି ମାମଲା ଦୁଇଟି ପରସ୍ପରଠାରୁ ପୃଥକ୍‌ ଅଟନ୍ତି। ଅର୍ଥାତ୍‌ ଏହି ମାମଲା ଦୁଇଟିକୁ ନେଇ ଦୁଇ ଅଦାଲତ ମଧ୍ୟରେ କୌଣସି ଯୋଗସୂତ୍ର ନାହିଁ।

ad-week
Leave A Reply

Your email address will not be published.