ଉପଯୁକ୍ତ ମୂଲ୍ୟ ନମିଳିବାରୁ ତରଭୁଜ ଚାଷରେ ଟ୍ରାକ୍ଟର ମଡାଇଦେଲେ ଚାଷୀ

add-all

ପଦ୍ମପୁର: ନିଜର ୩ ଏକର ତରଭୁଜ ଜମିରେ ଟ୍ରାକ୍ଟର ଚଢ଼ାଇ ଫସଲ ନଷ୍ଟ କରିଦେଲେ ଚାଷୀ। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ କୁଦୋପାଲି ଗାଁରେ। ଅଭାବୀ ବିକ୍ରି ତଥା ଚାଷର ଉପଯୁକ୍ତ ମୂଲ୍ୟ ନ ମିଳିବାରୁ ଜଣେ ଚାଷୀ ଏଭଳି ପଦକ୍ଷେପ ନେଇଛନ୍ତି।

ସୂଚନା ଅନୁସାରେ, ଚାଷୀ କ୍ଷିରୋଦ ସୁନା ୯୫ ହଜାର ଟଙ୍କା ଋଣ ଆଣି ୩ ଏକର ଜମିରେ ତରଭୁଜ ଚାଷ କରିଥିଲେ। କ୍ଷେତରେ ଭଲ ତରଭୁଜ ମଧ୍ୟ ଫଳିଥିଲା। ଯାହାକୁ ଦେଖି କ୍ଷୀରୋଦ ଖୁସି ହୋଇ ଯାଇଥିଲେ। ହେଲେ ଅଦିନିଆ ବର୍ଷା ଓ କୂଆପଥର ମାଡ଼ ତାଙ୍କର ସବୁ ସ୍ୱପ୍ନକୁ ଧୂଳିସାତ କରି ଦେଇଥିଲା। କୂଆପଥର ମାଡ଼ ଯୋଗୁ ତରଭୁଜ ଗୁଡ଼ିକ ପଚିଯିବା ସହ ନଷ୍ଟ ହୋଇଯାଇଥିଲା। ଆଉ ଯେଉଁ ବଳକା ଥିଲା ତାହା ମଧ୍ୟ ଉପଯୁକ୍ତ ମୂଲ୍ୟରେ ବିକ୍ରି ହୋଇ ନଥିଲା। କ’ଣ କରିବେ, କ’ଣ ନାହିଁ ଏହା ଭାବି ଶେଷରେ ସୁନାର ଫସଲକୁ ଟ୍ରାକ୍ଟର ଚଢ଼ାଇ ନଷ୍ଟ କରି ଦେଇଥିଲେ କ୍ଷୀରୋଦ।

ad-week
Leave A Reply

Your email address will not be published.